ବାବୁ ଓ ନେତା ମାନଙ୍କ ଦ୍ୱାରା ଆଦାୟ ହେବା ଚାନ୍ଦା ଫେରସ୍ତ ହେବ କେବେ……?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା ଆସନ୍ତା ୧୪ ତାରିଖ ଠାରୁ। ନିସର୍ତ୍ତ ରେ କବାଡ଼ି ପାଇଁ ଚାନ୍ଦା ଆଦାୟ ହେଉଥିବା ନେଇ ଗତ ୨୮ ତାରିଖ ରେ ଖବର ପ୍ରକାଶ ହୋଇଥିଲା।ଏହି ପ୍ରତିଯୋଗିତା ରେ ମହିଳା ଦଳ ଓ ପୁରୁଷ ଦଳ ଭାଗ ନେବା ର ଥିଲା ଯାହାକି ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ରେ ନଭେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା ।ଯାହାକୁ ନେଇ ଖେକ କୁ ଆଳ ଦେଖାଇ ଆସିକା ର କିଛି ଅଧିକାରୀ ଓ ନେତା ମାନଙ୍କ ଚାମଚା ମାନେ ମଦ, ବାଲି ମାଫିଆ ମାନଙ୍କ ଠାରୁ ଆରମ୍ଭ କରି ଠିକାଦାର ଓ ବ୍ୟବସାୟୀ ମାନଙ୍କୁ ମୋଟା ଅଙ୍କର ଅର୍ଥ ବି ଆଦାୟ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ଯାହାକୁ କେବଳ ଜିଲ୍ଲା ନୁହଁ ସମଗ୍ର ଓଡିଶା ରେ ଏହା କୁ ନେଇ ଚର୍ଚ୍ଚା ବି ହୋଇଥିବା ବେଳେ ଶେଷରେ କବାଡ଼ି ଖେଳ ବନ୍ଦ ହୋଇଛି l ଯାହାକି ଏଥିରେ ଭାଗ ନେବାକୁ ଆସିଥିବା ଖେଳାଳି ମାନେ ନିରାଶ ହୋଇଛନ୍ତି l ସୂଚନା ଥାଉକି ଆଜି କୋରାପୁଟ ରୁ ଖେଳାଳି ଆସିଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଥିବା ଜଣାପଡିଛି।ହେଲେ ଖେଳ ବନ୍ଦ ସମ୍ପର୍କରେ ଆଗୁଆ ସୂଚନା ଦେଇନଥିବା ଯୋଗୁଁ ଖେଳାଳି ମାନେ ଦୂର ଦୁରାନ୍ତ ରୁ ଆସି ଖର୍ଚ୍ଚାନ୍ତ ହେବା ସହ ହଟହଟା ହେବା ସହରରେ ଏବେ ଚର୍ଚ୍ଚା ର ବିଷୟ ହୋଇଛି।ଖେଳ କୁ ନେଇ ଆଦାୟ ହୋଇଥିବା ଲକ୍ଷାଧିକ ଟଙ୍କା ପୁଣି ଫେରସ୍ତ ହେବକି ବୋଲି ଚାନ୍ଦା ଦେଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଲାଣି। ନା ଚାନ୍ଦା ମାଗିବା ଟଙ୍କା ଚଳୁ କରିବେ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା ହେଲାଣି l କବାଡି ଖେଳ ଆୟୋଜନ କରିଥିବା କମିଟି ବର୍ତ୍ତମାନ ଆଦାୟ କରିଥିବା ଟଙ୍କା କଣ କରୁଛନ୍ତି ତାହା ସମୟ କହିବ l