ନିଃସର୍ତ୍ତ କଥା ସତ ହେଲା : ନଳବଣ୍ଟା ରେ ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଯୁବକର ପାପୁଲି ଉଡିଲା…!

ଘଟଣା କୁ ଚାପି ଦେବାକୁ ଚାଲିଛି ଯୋଜନା…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ନଳବଣ୍ଟା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ସମ୍ପର୍କ ରେ ନିସର୍ତ୍ତ ରେ ଗତ ସୋମବାର ଦିନ ଖବର ପ୍ରକାଶ ହୋଇଥିଲା। ଆଜି ସନ୍ଧ୍ୟା ବେଳେ ନଳ ବଣ୍ଟା ଗ୍ରାମରେ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ବାବୁଲା ନାହାକ ନାମକ ଏକ ଯୁବକ ର ପାପୁଲି ଉଡ଼ି ଯାଇଥିବା ଆଲୋଚନା ହେଉଛି। ଆହତ ଯୁବକ କୁ ପ୍ରଥମେ ଆସିକା ଚିକିତ୍ସାଳୟ ରେ ପ୍ରଥାମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନା କୁ ନେଇଥିବା ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ଚୋରା ମଦ ହେଉକି ଚୋରା ବାଲି ହେଉ ରୀତିମତ ଖବର ପ୍ରକାଶ ହେଲେ ବି ପ୍ରଶାସନ ଚେତୁ ନାହିଁ। ନିସର୍ତ୍ତ ରେ ପ୍ରଥମେ ନଳବଣ୍ଟା ରେ ବେଆଇନ ବାଣ ପ୍ରସ୍ତୁତ ହେଉଥିବା ଖବର ପ୍ରକାଶ ପରେ ଧର୍ମକୁ ଆଖିଠାର ଭଳି ଚଢ଼ାଉ ହୋଇ କିଛି ବାଣ ଜବତ କରାଯାଇଥିଲା। ଚଢ଼ାଉ ପରେ ପୁଣି ବାଣ ପ୍ରସ୍ତୁତି ସମ୍ପର୍କ ରେ ୨୮ ତାରିଖ ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ବାବୁ ମାନେ କୌଣସି ଖବର ପ୍ରକାଶ ହେଲା ପରେ ଧ୍ୟାନ ଓ ତଦନ୍ତ ନ କରିବା ଫଳରେ ଆଜି ଆଉ ଜଣେ ଯୁବକ ଅକର୍ମଣ୍ୟ ହୋଇଛି। ନଳ ବଣ୍ଟା ରେ ବେଆଇନ ବାଣ ପ୍ରସ୍ତୁତି ବେଳେ ପୂର୍ବରୁ ବହୁ ଧନ ଜୀବନ ନଷ୍ଟ ହେବାର ନଜିର ରହିଛି। ଏହି ବେଆଇନ ବାଣ ପ୍ରସ୍ତୁତି ପଛର ଅଦୃଶ୍ୟ ଶକ୍ତି ର ଆଶ୍ରିବାଦ ରହିଛି ବୋଲି ଚର୍ଚ୍ଚା ହେଉଛି l ଘଟଣା କୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଘଟଣା ର ପର୍ଦାଫାଶ ହେବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ରେ ଅଭିଯୋଗ ହେଉଛି l ଉକ୍ତ ଘଟଣା ଟିକୁ ଦବାଇ ଦେବାକୁ ମଧ୍ୟ ଚେଷ୍ଟା ଜାରି ରହିଛି ବୋଲି ଅଭିଯୋଗ ଆସୁଛି ଏହାକୁ ନେଇ ଆସିକା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭୁଲ ନାମ ମଧ୍ୟ ପଞ୍ଜିକରଣ କରାଯାଇଛି ଏହାବି ତଦନ୍ତ ସାଫେକ୍ଷ୍ୟ ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେବାକୁ ସାଧାରଣ ରେ ଦାବୀ ହେଉଛି… I

nis-ad
Leave A Reply

Your email address will not be published.