ସାଇବର ଠକେଇ ର ଶିକ୍ଷକ ହେଲେ ଶିକାର…
ମାଲକାନଗିରି ୦୩/୧୧ଏହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ। ଯାହାକି ଓଡିଶା ଇତିହାସରେ ଏକ ରେକର୍ଡ ପରିମାଣର ଅର୍ଥ ରାଶି ଠକେଇ ହୋଇଛି। ଆଧୁନିକ ଯୁଗରେ ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେବାସହ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବା ସହ ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ସହଜ ହୋଇପାରିଛି । କିନ୍ତୁ ସମସ୍ତ କ୍ରିୟାର ବିପରୀତ ପ୍ରତିକ୍ରିୟା ଭଳି ପ୍ରଯୁକ୍ତି ବିଦ୍ୟାକୁ ଢାଲ କରି କିଛି ଦୃର୍ବୁତ୍ତ ଅନେକ ଘଟଣା ଘଟାଉଥିବା ଦେଖିବାକୁ ମିଳୁଥିବା ବେଳେ ତାର ସିକାର ହୋଇଛନ୍ତି ଜୈନେକ ଶିକ୍ଷକ ।ମାଲକାନଗିରି ଜିଲ୍ଲାର ଜୈନିକ ଶିକ୍ଷକ ଙ୍କୁ କିଛି ବେନାମୀ ଫୋନ କଲ ଆସିଥିଲା। ଶିକ୍ଷକ ଜଣଙ୍କୁ ବ୍ୟାଙ୍କ ଲେଣ ଦେଣ ବିଷୟରେ ତଥ୍ୟକୁ ଆଧାର କରି ଦୀର୍ଘ ଏକ ମାସ ଧରି ଶିକ୍ଷକଙ୍କୁ ଧମକ ଦେବା ସହ ନିଜକୁ ପ୍ରସାସନିକ ଅଧିକାରୀ ଯଥା ସିବିଆଇ,ଇଡ଼ି, ହାଇକୋର୍ଟ କର୍ମଚାରୀ ମୁମ୍ବାଇରୁ କହିବା ସହ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ତୁମର ଟଙ୍କା କୁ ତୁମେ ଅସତ ଉପାୟରେ ଅର୍ଜନ କରିବା ସହ ବିଭିନ୍ନ ଅପରାଧିକ ସଂସ୍ଥାରେ ନିବେଶ କରିଛ ତୁମକୁ ସେମାନେ ଜୀବନରେ ମାରିଦେବେ ତେଣୁ ତୁମକୁ ଆମେ ରକ୍ଷା କରିପାରିବୁ ବୋଲି କହି ପ୍ରଥମ ପର୍ଯ୍ୟାୟରେ କିଛି କିଛି ଲକ୍ଷ ଟଙ୍କା ନେବାପରେ ଦିନକୁ ଦିନ ଅଧିକ ଟଙ୍କା ଦାବି କରିଥିଲେ ଶିକ୍ଷକ ଏହା ବିଷୟରେ କାହାକୁ କହିଲେ ତୁମ ସହ ତୁମ ପରିବାର ଲୋକଙ୍କୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦେଇଥିବାରୁ ଶିକ୍ଷକ ଜଣଙ୍କ ଭୟରେ ନିଜପରିବାର ର କାହାକୁ ମଧ୍ୟ୍ୟ ଜଣାଇ ପାରିନଥିଲେ ।ଦିନକୁ ଦିନ ତାଙ୍କୁ ମାନସିକ ନିର୍ଯାତନା ଦେଇ ଅଧିକରୁ ଅଧିକ ଟଙ୍କା ଦାବିକରି ଥିଲେ ସାଇବର ଲୁଟେରା ଶେଷରେ ସେ ବାଧ୍ୟହୋଇ ନିଜ ସମ୍ପର୍କୀୟ ଓ ଭାଇଙ୍କ ଠାରୁ ପ୍ରାୟ ୮ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଧାର କରିବା ସହ ବ୍ୟାଙ୍କରୁ ପ୍ରାୟ ୨୬ଲକ୍ଷ ଟଙ୍କା ଋଣ କରି ସମୁଦାୟ ୮୭ଲକ୍ଷ ଟଂକା ଦେବାକୁ ବାଧ୍ୟ ହୋଇଥିଲେ । କିଛିଦିନ ପରେ ସାଇବର ଲୁଟେରା ମାନଙ୍କ ଠାରୁ ଫୋନ ଆସିବା ବନ୍ଦ ହେବାପରେ ସେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଦୀର୍ଘ ଦିନଧରି ନିର୍ଯ୍ୟାତନା ର ଶିକାର ହୋଇବା ପରେ ଶେଷରେ ରାଜ୍ୟ ସାଇବର ସେଲକୁ ଫୋନ ମାଧ୍ୟମରେ ଶିକାର ହୋଇ ଥିବା ଜଣାଇବା ପରେ ସେଠାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଥାଉକି ପୋଲିସ ପକ୍ଷରୁ ବାରମ୍ବାର ସାଇବର ଲୁଟେରା ଙ୍କ ବିରୋଧ ରେ ଜନ ସଚେତନତା ଜାରୀ ରହିଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ବ୍ୟକ୍ତି ନିଜକୁ ସାଇବର ଲୁଟେରା ଙ୍କ କବଳରୁ ବଞ୍ଚାଇ ବାକୁ ସମର୍ଥନ ହୋଇପାରୁ ନାହାନ୍ତି । ଆଗାମୀ ଦିନରେ ଏହାର ବହୁଳ ପ୍ରଚାର ପ୍ରସାର ତୃଣମୂଳ ସ୍ଥରରେ ହୋଇ ପାରିଲେ ଏହା ଉପରେ ଆଙ୍କୁଶ ଲାଗିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l ଦେଖାଯାଉ ଓଡିଶା ସାଇବର ବିଭାଗ ଶିକାର ହୋଇଥିବା ଶିକ୍ଷକ ଙ୍କୁ କିପରି ନ୍ୟାୟ ଦେବ ତାହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି l