ଗରିବ ଅସହାୟ ମହିଳାଙ୍କୁ ନ୍ୟାୟ ମିଳିବ କେବେ..? : ପୋଲିସ ବାବୁଙ୍କ ଦବଙ୍ଗ ଗିରି,ଘରର ତାଲା ଭାଙ୍ଗି ଘର ସାମଗ୍ରୀ କଲେ ନଷ୍ଟ ….?
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ପୋଲିସ ତାଲା ଭାଙ୍ଗି ଘରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇ ଥିଲା। ପ୍ରକାଶ ଥାଉକି ଗତ ଏକ ତାରିଖ ଦିନ ମାଗୁରା ପଲ୍ଲୀ ଗ୍ରାମର ସୀମାଞ୍ଚଳ ବେହେରାଙ୍କ ଗୃହର ତାଲା ଭାଙ୍ଗି ଆସାଵ ପତ୍ର ସବୁ ଭାଙ୍ଗିଥିବା ନେଇ ଥାନାରେ ସୀମାଞ୍ଚଳ ଙ୍କ ସ୍ତ୍ରୀ ସ୍ୱପ୍ନା ବେହେରା ଅଭିଯୋଗ କରିଥିଲା। ସୀମାଞ୍ଚଳ ଚେନ୍ନାଇ କୁ ଦାଦନ ଖଟିବାକୁ ଯାଇଛନ୍ତି। ଗର୍ଭବତୀ ଥିବା ଯୋଗୁଁ ସ୍ୱପ୍ନା ନିଜ ବାପ ଘରକୁ ଯାଇଥିବା ବେଳେ ଆସିକା ପୋଲିସ କୌଣସି ଗୋଟେ ମାମଲା ର ତଦନ୍ତ କରିବାକୁ ଯାଇ ଗୃହର ତାଲା ଭାଙ୍ଗି ଘରେ ଥିବା ଆସାବ ପତ୍ର ଭାଙ୍ଗି ନଷ୍ଟ କରିଥିବା ଖବର ପାଇ ସ୍ୱପ୍ନା ବେହେରା ମାଗୁରା ପଲ୍ଲୀ ରେ ପହଞ୍ଚି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଗତ ଏକ ତାରିଖ ଦିନ। ଘଟଣା ଘଟିବାର ଚାରିଦିନ ବିତିଥିଲେ ବି ସ୍ୱପ୍ନା ଙ୍କୁ ନ୍ୟାୟ ମିଳିଛି ନାଁ କ୍ଷତି ପୂରଣ ଦିଆଯାଇଛି ଯାହାକି ଅତି ନିନ୍ଦନୀୟ ଘଟଣା । ଅସହାୟ ମହିଳା ଙ୍କ ଅନୁପସ୍ଥିରେ ବନ୍ଦ ଥିବା ଗୃହର ତାଲା ଭାଙ୍ଗିଥିବା କାଢୁଆ ପୋଲିସ ବାବୁଙ୍କ ପ୍ରତି ଜିଲ୍ଲା ଏ.ସପି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଯୋଗୁଁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। କାହା ନିର୍ଦ୍ଦେଶ ରେ ଥାନା ବାବୁ ଯାଇ ଗୃହର ତାଲା ଭାଙ୍ଗିବା ସହ ଘରର ଜିନିଷ ପତ୍ର ଭାଙ୍ଗିବାକୁ କଣ ଉପରୁ ନିର୍ଦ୍ଧେଶ ଆସିଥିଲା କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏ ସରକାର ସମୟରେ ପୋଲିସ ର ଗୁଣ୍ଡାଗର୍ଦ୍ଦି ଚରମ ସୀମାରେ ପହଞ୍ଚି ଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରର ତାଲା ଭାଙ୍ଗିଥିବା ବାବୁ ଏହି ଘଟଣାକୁ ରଫାଦଫା କରିବାକୁ ସବୁ ପ୍ରକାର ପ୍ରୟାସ ଆରମ୍ଭକରି ଥିବା ଯୋଗୁଁ କେବକ ଏହି ଘଟଣାକୁ ନେଇ ପ୍ରଥମେ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା, ଏବଂ ଉକ୍ତ ପୀଡିତା ମହିଳା ଙ୍କ ମତା ମତ ମଧ୍ୟ ନିଆ ଯାଇଛି l ସେ ଯାହାବି ହେଉ ଘରେ କିଏ ନଥିବା ଦେଖି ଘରର ତାଲା ଭାଙ୍ଗିବା କେତେ ଦୂର ଯୁକ୍ତି ସଙ୍ଗତ? ଏହା କଣ ଅପରାଧ ନୁହଁ କି..? ଜିଲ୍ଲା ପୋଲିସ ପ୍ରଶାସନ ସବୁ ଜାଣି ନୀରବ ରହିବା ଦୁର୍ଭାଗ୍ୟ ର ବିଷୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ତେଣୁ ରାଜ୍ୟ ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ବର୍ବର କାଣ୍ଡ ଭିଆଇଥିବା ବାବୁଙ୍କ ପ୍ରତି ମୋହନଙ୍କ ଛାଟ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା।