ମିନି ଶିବାକାଶୀ ପାଲଟିଛି ଆସିକା ନିକଟସ୍ଥ ନଳବଣ୍ଟା : ଲକ୍ଷ ଲକ୍ଷ ଟଙ୍କାର ବାରୁଦ ଗଚ୍ଛିତ …..

ବାରୁଦ ନିଆଁ ସହ ଖେଳୁଛି ପ୍ରଶାସନ..!!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ୫୯ ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗ୍ରାମ। ଏଠାରେ ମୃତ୍ୟୁ ସହ ଖେଳ ଚାଲେ ଦଶହରା ପୂର୍ବରୁ ଗାଁ ର ପିଲାରୁ ବୁଢ଼ା ସମସ୍ତେ ହାତ ତିଆରି ବିଭିନ୍ନ ବାଣ ପ୍ରସ୍ତୁତ କରିବାର ନଜିର ରହିଛି। ଏହି ଗ୍ରାମରେ ପାଦ ପାଦ ରେ ମୃତ୍ୟୁ କୁ ବାଜୀ ଲଗାଇ ବିଭିନ୍ନ କିସମର ବାଣ ପ୍ରସ୍ତୁତ ହୁଏ ଆଠିକାର ବାଣ ର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। କେଉଁ ଆବାହକ ମାନ କାଳରୁ ଏଠାରେ ବାଣ ପ୍ରସ୍ତୁତ ହେଉଅଛି। ପ୍ରତିବର୍ଷ ଧନ ଜୀବନ ନଷ୍ଟ ହେବାର ଇତିହାସ ମୁକସାକ୍ଷୀ ହୋଇ ରହିଛି। ଗଣମାଧ୍ୟମ ରେ ଖବର ପ୍ରକାଶ ହେଲେ ପୋଲିସ ବିଭାଗ ଅଗ୍ନିଶମ ଓ ତହସିଲଦାର ଙ୍କୁ ଧରି ଧର୍ମକୁ ଆଖିଠାର ଭଳି ଚଢ଼ାଉ କରେ ବୋଲି ଚର୍ଚ୍ଚା ବି ହୁଏ। ହେଲେ ଏଠାରୁ ମୋଟା ଅଙ୍କ ପାଇ ପୂର୍ବ ସୂଚନା ଦେଇ ଚଢ଼ାଉ କରାଯାଏ ଯାହା ଫଳରେ ଗୁପ୍ତ ଗୋଦାମ ରେ ବାଣ ଲୁକ୍କାୟିତ କରି ରଖାଯିବା ର ମଧ୍ୟ ନଜିର ରହିଛି।ଏବେ ଠାରୁ ତାଳ ପତ୍ର, ବାରୁଦ, ସୂତା, ଖବର କାଗଜ, ବାଉଁଶ ଖଡ଼ିକା ଗ୍ରାମକୁ ଅବାଧ ରେ ଆସୁଥିବା ମଧ୍ୟ ଚର୍ଚ୍ଚା ହେଲାଣି। “ମୌତକା କୁଆଁ” ଭଳି ଏଠାରେ ବାରୁଦ ସହ ଖେଳ ଚାଲେ ବାଣ ରେ ମାତ୍ରାଧିକ ଲାଭ ଯୋଗୁଁ ଜୀବନକୁ ବାଜୀ ଲଗାଯାଇ ଏଠାରେ ବାଣ ପ୍ରସ୍ତୁତ କରାଯାଏ। କିନ୍ତୁ ପ୍ରଶାସନ ସବୁ ଜାଣି ଚୁପ ବସିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଚଢାଉ କରାଯାଉ ବୋଲି ଦାବୀ ହେଉଛି, l

nis-ad
Leave A Reply

Your email address will not be published.