କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ସଂପନ୍ନ ମୁକ୍ତିକାନ୍ତ ବେହେରା  ହେଲେ ସାଧାରଣ ସଚିବ…


ରାଉରକେଲା : ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜା ର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲା ର ବର୍ଷ ୨୦୨୪-୨୫ ର ନିର୍ବାଚନ ଆଜି ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ୨୦୨୪ -୨୫ ବର୍ଷ ପାଇଁ ମୁକ୍ତିକାନ୍ତ ବେହେରା ସାଧାରଣ ସଚିବ ଭାବରେ  ନିର୍ବାଚିତ ହୋଇଛନ୍ତି l  ସେ ୮୪ ଭୋଟ ପାଇ ବିଜୟ  ହୋଇଛନ୍ତି l ତାଙ୍କର ପ୍ରତିଦ୍ବନ୍ଦୀ ଘନଶ୍ୟାମ ପ୍ରଧାନ ୪୫, ବିରାଜ ମୋହନ ବିଶ୍ବାଳ ୩୪, ଏବଂ କମଳା କାନ୍ତ ବାରିକ ୨୨ ଭୋଟ ପାଇଥିବା ବେଳେ ୨ଟି ଭୋଟ ନାକଚ ହୋଇଛି l
ଏହିପରି ପ୍ରଣୟ କୁମାର ନାୟକ କୋଷାଧ୍ୟକ୍ଷ ଭାବରେ  ନିର୍ବାଚିତ ହୋଇଛନ୍ତି  ଲ ଆଜି ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହୋଇଥିଲା l  ସେଥିରେ ବିଭିନ୍ନ ପୂଜା କମିଟିର ମୋଟ ୧୮୭ ଜଣ ସଦସ୍ୟ ଭୋଟ ଦେଇଥିଲେ ଲ ଏହାପରେ ଉପଜିଲ୍ଳାପାଳ ପାନପୋଷ ବିଜୟ କୁମାର ନାୟକ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ ଓ  ଲାଠିକଟା ତହସିଲଦାର ତଥା( ସିପିସି)ରିଟର୍ଣିଂ ଅଧିକାରୀ ଆର୍ତ୍ତତ୍ରାଣ ଥାଟିଙ୍କ  ଉପସ୍ଥିତିରେ  ଅପରାହ୍ନ ୪ ଘଟିକାରୁ ଭୋଟ ଗଣତି କରା ଯାଇଥିଲା l କେନ୍ଦ୍ରୀୟ ପୂଜା କମିଟି ରାଉରକେଲାକୁ ୩ଟି ଜୋନ ରେ ଯଥା ସିଭିଲ ଟାଉନଶିପ ଜୋନ , ଷ୍ଟିଲ ଟାଉନଶିପ ଜୋନ ଓ ଫର୍ଟିଲାଇଜର ଟାଉନଶିପ ଜୋନ ରେ ଭାଗ କରା ଯାଇଛି l  ଏହି ତିନିଟି ଜୋନ ପାଇଁ ମଧ୍ୟ ଉପ ସଭାପତି, ଯୁଗ୍ମ ସଚିବ ଓ  ୨ ଜଣ କାର୍ଯ୍ୟକାରୀ ସଦସ୍ୟ ଆଜି ନିର୍ବାଚତ ହୋଇଛନ୍ତି l ଷ୍ଟିଲ ଟାଉନଶିପ ଜୋନ ପାଇଁ ନାରାୟଣ ମହାନ୍ତି ଉପ ସଭାପତି, ଅରୁଣ କୁମାର ମହାପାତ୍ର ଯୁଗ୍ମ ସଚିବ ସହିତ କମ୍ୟୁନିଷ୍ଟ ଗୌଡ ଓ ରାହୁଲ  ରାୟ ଦ୍ବୟ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି l  ସେହିପରି ସିଭିଲ ଟାଉନଶିପ ଜୋନ ପାଇଁ  ବିଶ୍ବନାଥ ଦେ ଉପ ସଭାପତି, ରାକେଶ ଶର୍ମା ଯୁଗ୍ମ ସଚିବ ,  ଅମିତ କୁମାର ନାୟକ ଓ ମାନସୀ ସରକାର କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି l  ଏହା ବ୍ୟତୀତ  ଅନିଲ କୁମାର ମଲ୍ଳିକ ଫର୍ଟିଲାଇଜର ଟାଉନଶିପ ଜୋନର ଉପ ସଭାପତି ହୋଇଛନ୍ତି l  ଫର୍ଟିଲାଇଜର ଟାଉନଶିପ ଜୋନର ପ୍ରଦୀପ ଦାଶ ଯୁଗ୍ମ ସଚିବ,  ସୁରେନ୍ଦ୍ର ନାଥ ରଣା ଓ ପ୍ରସାଦ କୁମାର ମଲ୍ଳିକ  ଅପ୍ରତିଦ୍ବଦୀ ଭାବରେ  କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି l

nis-ad
Leave A Reply

Your email address will not be published.