ଏ.ଆଇ.ଟି.ୟୁ.ସି ପକ୍ଷରୁ ପ୍ରଧାନମନ୍ତୀଙ୍କ ଉଦେଶ୍ୟରେ ଅତରିକ୍ତ ଜିଲ୍ଲାପାଳଙ୍କୁ ଚାରି ଦଫା ସମ୍ବଳିତ ଦାବି ପତ୍ର…

ମାଲକାନଗିରି : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ଚାରୋଟି ଶ୍ରମ କୋର୍ଡ ବାତିଲ ଦାବିରେ ଏକ ରାଲି ମାଲକାନଗିରି ବସଷ୍ଟାଣ୍ଡରୁ ବାହାରି ସହରର ପରିକ୍ରମା କରିବା ସହ ମାଲକାନଗିରି ଜିଲ୍ଲାପାଳ ଅଫିସ ନିକଟରେ ପହଁଚିଥିଲେ l ପୂର୍ବ ସରକାର ଥିବା ସମୟରେ ପୂର୍ବରୁ ଅଙ୍ଗନୱାଡି, ଆଶା କର୍ମୀ, ପାଚିକା, ସିଆରପି, ଆଉଟ ସୋସିଂଙ୍ଗ କର୍ମଚାରୀମାନଂକୁ ଶ୍ରମିକ ମାନ୍ୟତା ନ ଦେବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବ ନିମ୍ନ ମଜୁରୀ କରଯାଉ ନ ଥିବା ବେଳେ ଦୀର୍ଘ ଦିନ ହେବ ସ୍ୱଳ୍ପ ବେତନରେ କାମ କରିବା ସହ ଗୁଜୁରାଣ ମେଣ୍ଟାଇବା ସହ ଅସର୍ମଥ ହେଉଥିଲେ l ଏମାନଂକୁ ଶ୍ରମିକ ମାନ୍ୟତା ଦେବା ସହ ଏମାନଂକୁ ୨୬୦୦୦ଟଙ୍କା ସର୍ବ ନିମ୍ନ ମଜୁରୀ,ସର୍ବ ନିମ୍ନ ୫ ରୁ ୯ହଜାର ଟଙ୍କା ପେନସନ ଭଳି ଚାରୋଟି ପ୍ରମୁଖ ଦାବି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏଆଇଟିୟୁସି ଜିଲ୍ଲା ଆବାହକ ମହାନନ୍ଦ ଦୁର୍ଗା ଏବଂ ମହିଳା ନେତ୍ରୀ ସୁଚିତ୍ରା ମୁଦୁଲିଙ୍କ ଦ୍ୱାରା ମାଲକାନଗିରି ଅତରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l

nis-ad
Leave A Reply

Your email address will not be published.