ଫୁଲବାଣୀ ପୌରାଅଧ୍ୟକ୍ଷା ଦାୟିତ୍ୱ ନେଲେ ପାୟଲ ବେହେରା…


ଫୁଲବାଣୀ : ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ଥାବ କାୟମ ରହିବା ଯୋଗୁଁ ପୁର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇଛନ୍ତି । ଫଳରେ ପୌରପରିଷଦର ନିୟମ ଅନୁସାରେ ଉପାଧ୍ୟକ୍ଷା ଅଧ୍ୟକ୍ଷା ହୋଇଛନ୍ତି । ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲାପାଳ କନ୍ଧମାଳ ତାଙ୍କୁ ଓଡିଶା ମୁନିସିପାଲିଟି ଆକ୍ଟ-୮୯(ଏ)୧୯୫୦ ଅନୁସାରେ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଭାବରେ ସମସ୍ତ ଆନୁଷ୍ଠାନିକ ସୁବିଧା ଏବଂ ଅଧିକାର ପ୍ରଦାନ କରିବାକୁ ଏକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ତାଙ୍କୁ ପୌରପରିଷଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟିତ୍ଵ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କ ନିକଟକୁ ପୌରାଂଚଳର ସମସ୍ତ କାଉନସିଲର ମାନଙ୍କ ନିକଟରୁ ଓ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ସୁଚନା ଯୋଗ୍ୟ ପୁର୍ବତନ ପୌରାଧ୍ୟକ୍ଷାଙ୍କ ବିପକ୍ଷରେ ଫୁଲବାଣୀ ପୌରାଂଚଳର ସମସ୍ତ ୧୩ଟି ୱାର୍ଡର କାଉନସିଲର ମାନଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପ୍ରସ୍ଥାବ ଆଣି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତଙ୍କ ଅଧିକ୍ଷତାରେ ଏକ ବୈଠକରେ ଆଲୋଚନା କରାଯିବା ସହିତ ଆନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଭୋଟରେ ସମୁଦାୟ ୧୧ ଜଣ ଅଂଶ ଗ୍ରହଣ କରଥିବା ବେଳେ ସେଥିରୁ ଗୋଟିଏ ଭୋଟ ନାକଚ ହୋଇ ଅନ୍ୟ ୧୦ ଟି ଭୋଟ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ଯାଇଥିଲା । ଫଳରେ ପୁର୍ବତନ ପୌରାଧ୍ୟକ୍ଷା ତାଙ୍କର ପଦବୀ ହରାଇବା ସହିତ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ମୁନିସିପାଲିଟିର ଆଇନ ଅନୁଯାଇୟୀ ଅଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ହୋଇଯାଇଥିଲେ । ଜିଲ୍ଲାପାଳଙ୍କ ଚିଠି ମିଳିବା ପରେ ସେ ଆଜି ଅନୁ ।ନିକ ଭାବରେ ଏହି ଦାୟୀତ୍ୱରେ ଅଧିଷ୍ଠିତ ହୋଇଛନ୍ତି । ତେବେ ଏହି ଅବଧିର ଅସ୍ଥିରତା ମଧ୍ୟରେ ଫୁଲବାଣୀ ପୌରାଂଚଳ ରେ ହୋଇଥିବା ଉନ୍ନୟନର ସ୍ଥିରାବସ୍ଥାକୁ ତୁରନ୍ତ ଗତିଶୀଳ କରିବେ ବୋଲି କହିଛନ୍ତି ପାୟଲ ବେହେରା l

nis-ad
Leave A Reply

Your email address will not be published.