କନ୍ଧମାଳରେ ଚାଷର ଅପାର ସୁଯୋଗ ସୃଷ୍ଟି ଓ ବଜାରି କରଣକୁ ପ୍ରାଧାନ୍ୟ ଦିଆଯିବ : ସାଂସଦ ସୁକାନ୍ତ ପାଣିଗ୍ରାହୀ

ଫୁଲବାଣୀ : ୭୮ତମ ସ୍ୱାଧିନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ରାଇକିଆ ଠାରେ ପ୍ରାକୃତିକ କୃଷି ଓ କୃଷକ ଶିର୍ଶକ ଆଲୋଚନା ଚକ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିଆ କୃଷି ଉତ୍ପାଦକ ଗୋଷ୍ଠିଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ କନ୍ଧମାଳର ମାନ୍ୟବର ସାସଂଦ ସୁକାନ୍ତ କୁମାର ପାଣିଗ୍ରାହି ଯୋଗ ଦେଇ ଆଲୋଚନା ଚକ୍ର ଉଦ୍ଘାଟନ କରିବା ସହ ପ୍ରାକୃତିକ କୃଷିକୁ କିପରି ସବୁ ସ୍ତରରେ ଚାଷି ମାନଙ୍କ ଦ୍ୱାରା ଆଦୃତ କରାଯାଇ ପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ତତ ସହିତ କନ୍ଧମାଳରେ ଚାଷର ଅପାର ସୁଯୋଗ ସୃଷ୍ଟି ଓ ବଜାରି କରଣକୁ ପ୍ରାଧାନ୍ୟ ଦେବେ ବୋଲି ନିଜର ଅଭିଭାଶଣରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଆଗାମି ଦିନରେ ଜିଲ୍ଲା ରେ ୨ ଗୋଟି ଶିତଳ ଭଣ୍ଡାର ତିଆରି କରାଯିବ ଓ ଆଳୁଚାଷ ଏବଂ ହଳଦୀ ର ରାଜ୍ୟ ଓ ଦେଶ ବାହାରେ ଚାହିଦା ବଢାଇବା ପାଇଁ ଚେଷ୍ଟା କରିବେ ବୋଲି ଘୋଷଣା କରିଥିଲେ । ଆଲୋଚନା ଚକ୍ରରେ ଜିଲ୍ଲା କୃଷି ଅଧିକାରୀ ତୁସାରକାନ୍ତି ସାମଲ ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦି, ବିନ୍ସ, ଫୁଲକୋବି, ପଣସ ଓ ଆମ୍ବ ଭଳି ଅନେକ ଫଳ ଓ ପନିପରିବା ପ୍ରାକୃତିକ ଉପାୟରେ ଚାଷ କରି ଓଡିଶା ସମେତ ବାହାର ରାଜ୍ୟକୁ ପଠାଇ ଜିଲ୍ଲାର ମାନକୁ ଶିର୍ଷକୁ ନିଆଯାଇ ପାରିବ ବୋଲି ମତ ରଖିଥିଲେ । ରାଇକିଆ ପଂଚାୟତ ସମିତି ଅଧକ୍ଷ ପ୍ରିତମ ପ୍ରଧାନ ଯୋଗଦେଇ ରାଇକିଆ ଅଂଚଳରେ କୃଷି ଉତ୍ପାଦକ ଗୋଷ୍ଠି ମାଧ୍ୟମରେ ଚାଷି ମାନଙ୍କର ଆୟକୁ ଦୁଇ ଗୁଣିତ କରାଇବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ନିମନ୍ତେ ସାଂସଦଙ୍କୁ ଅନୁରୋଧ ରଖିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ସିମାଂଚଳ ମଣ୍ଡଳ ନିଜେ ଆପଣାଇଥିବା ପ୍ରାକୃତିକ ଚାଷକୁ ଉଦାହରଣ ଦେଇ ଚାଷୀ ମାନଙ୍କ ମନରେ ଉତ୍ସାହ ବଢାଇବା ପାଇଁ ଚେଷ୍ଟା କରିଥିଲେ । ଏଥି ସହିତ ରାଇକିଆ କୃଷି ଉତ୍ପାଦକ ଗୋଷ୍ଠି ନିଜର ବାର୍ଷିକ କାର୍ଯ୍ୟ ଓ ଆର୍ଥିକ ବିବରଣୀ ସଭାପତି ପୂର୍ଣ୍ଣଚନ୍ଦ୍ର କହଁରଙ୍କ ଦ୍ୱାରା ଉପସ୍ଥାପନା କରାଇଥିଲେ । କୃଷିଅଧିକାରୀ ସୁବାସ ଚନ୍ଦ୍ର ବେହେରା, ସୁଦିପ୍ତା ପ୍ରଧାନ, ସଚିନ୍ଦ୍ର କୁମାର ସେଠୀ, ସବିତା ସୁବୁଧି ଓ ଉଦ୍ୟାନ ବିଭାଗ ଅଧିକାରୀ ଲିପ୍ସା ରାଣୀ ଦଳବେହେରା ଆଲୋଚନା ରେ ଭାଗ ନେଇ ଅଂଶଗ୍ରହଣ କରିଥିବା ୭୦୦ ରୁ ଅଧିକା ମହିଳା ଓ ପୁରୁଷ ଚାଷୀଙ୍କୁ ପ୍ରାକୃତିକ କୃଷି, ଶ୍ରୀ ଅନ୍ନ, ସମନ୍ୱିତ କୃଷୀ ଓ ମୁଖ୍ୟମନ୍ତ୍ରୀ ଜନଜାତୀ ଜିବିକା ମିଶନ କାର୍ଯ୍ୟକ୍ରମ କୁ ରାଇକିଆ ବ୍ଲକରେ ସଫଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଓଡିଶା ପ୍ରାକୃତିକ କୃଷି ଫୋରମର ସଂଯୋଜକ ଡା. ଇମ୍ରାନ ଅଲ୍ଲି ପ୍ରାକୃତିକ କୃଷି ଜିଲ୍ଲା ସ୍ତରିୟ ସାଙ୍ଗଠନିକ ପ୍ରକ୍ରିୟାକୁ ସାଂସଦଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ରାଇକିଆ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମୈାନାବତୀ ପାତ୍ର ମା ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ୱାତୀ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରସବ ଜାନ, ମା ଗୃହ, ବାଡିବଗିଚା ରେ ପ୍ରାକୃତିକ କୃଷି କିପରି ସହଯୋଗ କରୁଛି ତାହା ଗୁରୁତ୍ୱାରୋପ କରିଥିଲେ । ଅପରାହ୍ନ ରେ ପାବୁରିଆ ପଂଚାୟତ ସରପଂଚ ସଞ୍ଜୟ କୁମାର ନାୟକଙ୍କ ଅଧକ୍ଷତାରେ ସାଂସଦଙ୍କ ଦ୍ୱାରା ଏକ ଶ୍ରୀ ଅନ୍ନ ଖାଦ୍ୟ ମେଳା ଉଦ୍ଘାଟନ କରାଯିବା ସହ, ଏହା ର ଉପାଦେୟ ଶିର୍ଷକ କୃଷି ଓ କୃଷକ ଆଲୋଚନା ରେ ଅଂଶଗ୍ରହଣ କରି ତାଙ୍କର ବହୁମୁଲ୍ୟ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଂପାଦକ ଇଂ ହରି ଶଙ୍କର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କର୍ମୀ ସୁଶ୍ମିତା ଜେନା ସଂଯୋଜନାରେ ସହଯୋଗ କରିଥିଲେ । ମଂଚ ପରିଚାଳନା ପ୍ରଦୀପ କୁମାର ସ୍ୱାଇଁ ଓ ଶାନ୍ତନୁ କୁମାର ମିଶ୍ର କରିଥିବା ବେଳେ, ଗିରିଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.