ବିଜେପି ରେ ଆରତୀ ଙ୍କ ଯୋଗଦାନ ଚକ୍ରବ୍ୟୁହ ରେ ଶ୍ରୀକାନ୍ତ……..!
ବ୍ରହ୍ମପୁର: ୬-୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ରୋଚକ ସ୍ଥିତିରେ। ଶାସକ ଦଳର ପୁଣି ଶ୍ରୀକାନ୍ତ ସାହୁଙ୍କୁ ରିପିଟ କରିବା ପରେ ପୋଲସରା ରେ ନିର୍ବାଚନ ମାହୋଲ ସରଗରମ ହୋଇଛି। ପ୍ରଥମେ ସଂଯୁକ୍ତା ବିଜେପି ରେ ଯୋଗ ଦେଇଥିଲେ। ଶୁକ୍ରବାର ଦିନ ଶାସକ ଦଳ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରି ବିଜେପି ରେ ସାମିଲ ହେଲେ ଅଞ୍ଚଳ ର ଟାଣୁଆ ନେତ୍ରୀ ଆରତୀ ଦେବୀ। ଏପଟେ ସଂଯୁକ୍ତା ସେପଟେ ଆରତୀ ବିଜେପି ରେ ଯୋଗ ଦେବା ପରେ ଶ୍ରୀକାନ୍ତ ଙ୍କ ଅଡୁଆ ବଢ଼ି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ବିଜେପି ର ପ୍ରାର୍ଥୀ ଗୋକୁଳା ନନ୍ଦ ମଲ୍ଲିକ ଏବେ ଦୁଇ ନେତ୍ରୀ ଙ୍କୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରୟାସ ଆରମ୍ଭ କରିଦେଲେଣି। ସଂଯୁକ୍ତା, ଆରତୀ ଙ୍କ ବିଜେପି ରେ ସାମିଲ ହେବା ପରେ ଶ୍ରୀକାନ୍ତ ଚକ୍ରବ୍ୟୁହ ଫସିଯାଇଥିବା ଚର୍ଚ୍ଚା ହେଉଛି।ଗୋଟିଏ ପଟେ କିଛି ଗୋଦି ମିଡ଼ିଆ ଙ୍କୁ ସାହାରା କରିଛନ୍ତି ଶ୍ରୀକାନ୍ତ,ଏଭଳି ପରିସ୍ଥିତି ରେ ପୋଲସରା
ବିଧାନସଭା ନିର୍ବାଚନ ମଣ୍ଡଳୀ ରୋଚକ ସ୍ଥିତିରେ ପହଞ୍ଚିଛି। ସୂଚନା ଥାଉକି ଶ୍ରୀକାନ୍ତ ଙ୍କୁ ଟିକଟ ବିଜେଡି ଦେବ ନାହିଁ ବୋଲି ଆକଳନ କରାଯାଉ ଥିଲା କିନ୍ତୁ ଅତି ଚତୁରତା ସହିତ ଶ୍ରୀକାନ୍ତ ପାଇଥିଲେ ବିଜେଡି ଟିକଟ l ଶ୍ରୀକାନ୍ତ ଅନେକ ଦିନ ହେଲା ବାଦ ବିବାଦରେ ଛନ୍ଦି ହୋଇଥିଲେ ଏବଂ ତଳ ଦିନେ ସଂଯୁକ୍ତା କୁ ନେଇ ପୋଲସରା ରେ ହାଇଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା ଏହାର ସୁଯୋଗ ନେଇ ଆରତୀ ନିଜ ରଣ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ସେ କୁଆଡେ ନିଶ୍ଚିତ ଥିଲେ ବିଜେଡି ଟିକଟ ପାଇବେ ଏବଂ ସେ ରାତି ଦିନ ଏକ କରି ପୋଲସରା ନିର୍ବାଚନ ମଣ୍ଡଳୀ ର ଘର ଘରକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝୁ ଥିଲେ ଲୋକଙ୍କ ସମ୍ପର୍କ ରେ ରହିଥିଲେ ଓ ଅଞ୍ଚଳ ବାସୀ ମଧ୍ୟ ତାଙ୍କୁ ଗ୍ରହଣ କରିବା ଆରମ୍ଭ କରି ଦେଇଥିଲେ କିନ୍ତୁ ବିଜେଡି ଆରତୀ ଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅନେକ ଦିନର ଥିବା ବିଜେଡି ସମ୍ପର୍କ କୁ ଭାଙ୍ଗି ବିଜେପି ରେ ତାଙ୍କ ସମର୍ଥଙ୍କ ମାନଙ୍କୁ ନେଇ ବିଜେପି ରେ ସାମିଲ ହେଲେ l ବର୍ତ୍ତମାନ ଏହା ଶ୍ରୀକାନ୍ତ ଙ୍କ ପାଇଁ ମହଙ୍ଗା ପଡିବ ବୋଲି ଚର୍ଚ୍ଚା ହେଲାଣି l ଏବଂ ସଂଯୁକ୍ତା ମଧ୍ୟ ପୋଲସରା ଆସି ଶ୍ରୀକାନ୍ତ ଙ୍କ ବିରୋଧ ରେ ପ୍ରଚାର କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଲାଣି ଦେଖା ଯାଉ ଶ୍ରୀକାନ୍ତ ଏହି ୨ ନାରୀ ନେତ୍ରୀ ଙ୍କୁ କିପରି ସମ୍ମନା କରିବେ ତାହା ସମୟ କହିବ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳକୁ ଟକ୍କର ଦେବାକୁ ବିଜେପି ସଜ ବାଜ ଆରମ୍ଭ କରି ଦେଲାଣି। ଗୋଟିଏ ପଟେ ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ଦଳ ପାଇଁ ଘାତକ ହୋଇ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ଗତ କାଲି ଆସ୍କା ରେ ଥିବା ଗୋଷ୍ଠୀ କନ୍ଦଳ କୁ ଦଳ ମୁଖିଆ ସମାଧାନ କରିଛନ୍ତି, ପୁଣି ଅଛି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏଠାରେ ବି ଗୋଷ୍ଠୀ ବିବାଦ ଚରମ ସୀମାରେ, ପୋଲସରା ନିର୍ବାଚନ ମଣ୍ଡଳୀ ବର୍ତମାନ ପାଉଁଶ ତଳର ନିଆଁ ସେଠାରେ ଯାହାବି ଘଟିପାରେ କେବଳ ସମୟକୁ ଅପେକ୍ଷା…