ବିଜୟୀ ଓ ପରାଜିତ ଆସିକା ସାଂସଦ ଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ….!

ଲୋକେ ନିଜ ସମସ୍ୟା କୁ ନେଇ ଭେଟିବେ କେଉଁଠି….??


ବ୍ରହ୍ମପୁର: ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ ହେଲା ଜନତା ଦଳ ଓ ବିଜେଡ଼ି ହାତରେ ରହିଥିଲା ଆସିକା ସଂସଦୀୟ କ୍ଷେତ୍ର। ଗତ ସାଧାରଣ ନିର୍ବାଚନ ରେ ଏଠାରୁ ବିଜେପି ପ୍ରାର୍ଥୀନୀ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥର ବିଜେଡ଼ି ନୂଆ ମୁହଁ ଦେବା ଓ ଟିକେଟ ପାଇବା ପରେ ରଞ୍ଜିତା ସାହୁ ଙ୍କ ଆଉ ଆସିକା ଅଞ୍ଚଳ ରେ ଦେଖା ମିଳିନଥିଲା। ପରାଜିତ ପରେ ଏବେ ରଞ୍ଜିତା କେଉଁଠି ଅଛନ୍ତି ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି। ଏପଟେ ବିଜୟୀ ପ୍ରାର୍ଥୀନୀ ଅନିତାଶୁଭ ଦର୍ଶିନୀ ସଂସାଦ ଭାବେ ନିର୍ବାଚିତ ହେବା ପରେ ସ୍ୱଳ୍ପ ସମୟ ପାଇଁ ଦୁଇ ତିନୋଟି କାର୍ଯ୍ୟକ୍ରମ ରେ ଦେଖା ମିଳିଥିଲା ମେଡ଼ମଙ୍କ। ବର୍ତ୍ତମାନ ମେଡ଼ମ ଆସିକା ସାଂସଦ ଭାବେ ଯେଉଁଠି ଠିକଣା ଅଛି ବୋଲି ଲୋକେ ଚର୍ଚ୍ଚା କରିଲେଣି। କୌଣସି ଦରଖାସ୍ତ ରେ ସ୍ଵାକ୍ଷର ପାଇଁ ମେଡ଼ମ ଙ୍କୁ ଖୋଜିବାକୁ ପଡୁଛି। ଡ଼ବଲ ଇଞ୍ଜିନର ସରକାର ପରେ ବିଧାୟକ ଓ ସାଂସଦ ମାନଙ୍କ ହମବଡ଼ା ନୀତି ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ ହୋଇଥିବା ନେଇ ଆଲୋଚନା ହେଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ କୁଆଡ଼େ ମେଁ ମେଁ ତୁ ତୁ ଯୋଗୁଁ ସାଧାରଣ ଜନତା ଏବେ ଗୁହାରି କହିବେ କାହାକୁ ବୋଲି କହୁଛନ୍ତି।

nis-ad
Leave A Reply

Your email address will not be published.