ଗଞ୍ଜାମ ବିଜେପି ରେ ବଢୁଛି ଗୋଷ୍ଟି କନ୍ଦଳ : ସାଂସଦ ବିଧାୟକ ଙ୍କ କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି…..!


ବ୍ରହ୍ମପୁର: ୬-୯ ଗଞ୍ଜାମ ଜିଲ୍ଲାରେ ଏବେ ସାଂସଦ ଓ ବିଧାୟକ ଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।ସାଧାରଣ ନିର୍ବାଚନ ପରେ ଏବେ ଜିଲ୍ଲାର କିଛି ବିଧାୟକ ଓ ସାଂସଦ ମାନଙ୍କ ମଧ୍ୟରେ କ୍ଷମତା କୁ ନେଇ ଗ୍ୟାଙ୍ଗ ୱାର ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବିଭିନ୍ନ ସଭା ସମିତି ରେ ଚର୍ଚ୍ଚା ହେଉଛି। ଯେ କୌଣସି ସରକାରୀ ହେଉ କି ଦଳୀୟ କାର୍ଯ୍ୟକ୍ରମ ରେ ସେ ଅଞ୍ଚଳ ର ସାଂସଦ ଓ ବିଧାୟକ ମାନଙ୍କୁ ଆଉ ଗୋଟେ ମଞ୍ଚରେ ଦେଖିବାକୁ ମିଳୁନାହିଁ। ନିର୍ବାଚନ ହେବାର ତିନି ମାସ ଭିତରେ ବିଜେପି ଦଳ ଭିତରେ ଏଭଳି ଗୋଷ୍ଟି କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡୁଥୁବା ଆଲୋଚନା ହେଉଛି। ସ୍ୱାଧୀନତା ଦିବସ ହେଉକି ସ୍ୱାୟତ୍ତ ଶାସନ ଦିବସରେ ବି ଏକା ସାଙ୍ଗେ ସାଂସଦ ଓ ବିଧାୟକ ମାନଙ୍କୁ ଦେଖିବାକୁ ମିଳିନଥିଲା। ବ୍ରହ୍ମପୁର ଓ ଆସିକା ସାଂସଦ ମାନଙ୍କୁ ବି ସେମାନଙ୍କ ସଂସଦୀୟ କ୍ଷେତ୍ରରେ ର ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ବି ବିଧାୟକ ମାନଙ୍କ ସହ ଦେଖିବାକୁ ମିଳୁନଥିବା ବି ଚର୍ଚ୍ଚା ହେଉଛି। ଏହି ସବୁ ଚର୍ଚ୍ଚାରୁ ସ୍ପଷ୍ଟ ହୋଇଛି, ଯେ ଗଞ୍ଜାମ ବିଜେପି ରେ ଗୋଷ୍ଟି କନ୍ଦଳ ତୀବ୍ରତାର ହେବାରେ ଲାଗିଛି। ଏଭଳି ପରିସ୍ଥିତି ରେ କର୍ମୀ ଓ ପୁରୁଣା ନେତାଙ୍କ ମଧ୍ୟରେ ଦ୍ଵନ୍ଦ ଦେଖା ଦେଲାଣି ସେମାନେ ସାଂସଦଙ୍କ ସାଙ୍ଗରେ ରହିବେ ନା ବିଧାୟକ ଙ୍କ ସାଙ୍ଗରେ ରହିବେ ବୋଲି ଆଲୋଚନା ଆରମ୍ଭ ହେଲାଣି। ଏବେ ଠାରୁ ଏପରି ଦ୍ବନ୍ଦ ଯୋଗୁଁ ଏହାର ଫାଇଦା ନେବାକୁ ବିଜେଡ଼ି ଅଣ୍ଟା ଭିଡୁଥିବା ଲକ୍ଷକରା ଯାଇଛି। ସାଂସଦ ବିଧାୟକ ଙ୍କ କଳି ଅଫିସର ମାନଙ୍କୁ କାଳ ହେଉଥିବା ବି ଚର୍ଚ୍ଚା ହେଲାଣି। ଡ଼ବଲ ଇଞ୍ଜିନରେ ଡ଼ବଲ ବଟି କିଏ କାହାକୁ କେତେ ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି।

nis-ad
Leave A Reply

Your email address will not be published.