ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ: ‘ତଦନ୍ତ ଚାଲିଛି, ସବୁ ସ୍ପଷ୍ଟ ହେବ’

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ ପାଣ୍ଠିରୁ ହୋଇଛି କି, କାହା ଅନୁମତିରେ ଖର୍ଚ୍ଚ ହୋଇଛି, ଜଣେ ସଚିବ ହୋଇ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର ପାଇଁ ତାଙ୍କୁ ଅନୁମତି କିଏ ଦେଇଥିଲା, ଏସବୁ ନେଇ ଖୋଳତାଳ ହେବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ।

ଆଜି ଏହାକୁ ନେଇ ପୁଣି କିଛି ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ମୁଁ କହିଛି ମାନେ ସରକାର କହିଛନ୍ତି । ତଦନ୍ତ ଚାଲିଛି । ଖୁବଶୀଘ୍ର ସବୁକିଛି ସ୍ପଷ୍ଟ ହେବ । ଲୋକଙ୍କ ମନରେ ଯାହା ସବୁ ସନ୍ଦେହ ଅଛି ତାହା ସତ ହୋଇପାରେ । ତେଣୁ ଅପେକ୍ଷା କରନ୍ତୁ ଏନେଇ ଖୁବଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି । ତେଣୁ ହେଲିକପ୍ଟର ବୁଲାର ରିପୋର୍ଟ ଅଳ୍ପ ଦିନ ମଧ୍ୟରେ ବାହାରିବ। ଆପଣମାନେ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ କହିରଖୁଛୁ. ପୂର୍ବ ସରକାରରେ ୫ଟି ସଚିବ ଭାବେ କାର୍ଯ୍ୟ କରୁଥିବା ବିଜେଡି ନେତା ଭିକେ ପାଣ୍ଡିଆନ ନିର୍ବଚନୀ ପ୍ରଚାର ଏବଂ ଲୋକଙ୍କ ଗୁହାରି ଶୁଣିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । ଏହି ସମୟରେ ସେ ହେଲିକପ୍ଟର ଯୋଗେ ଯାଆସ କରୁଥିଲେ । ଏମିତିକି ସେ ତାଙ୍କର ବ୍ୟକ୍ତିଗତ କାମ ପାଇଁ ମଧ୍ୟ ସରକାରୀ ଟଙ୍କାରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେତେବେଳେ ମଧ୍ୟ ରାଜନୀତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏବେ ଏହାର ଖୋଳତାଳ କରି ସବୁର ସତ୍ୟତା ସାର୍ବଜନୀନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.