ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ଜଗା ଓହରିଲେ, ମମତା ରହିଲେ ।  ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଜଗନ୍ନାଥ ପ୍ରଧାନ । ଗତ ୨୧ ତାରିଖରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପି ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ଜଗନ୍ନାଥ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ଯାହାକି ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ବର୍ତ୍ତମାନ ଦଳର ନିଷ୍ପତ୍ତି ଅନୁସାରେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ।  ନାମାଙ୍କନ ପ୍ରତ୍ୟାହାର ପରେ ଜଗନ୍ନାଥ ପ୍ରଧାନ କହିଛନ୍ତି ମୋର ନାମାଙ୍କନ ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତି ଥିଲା । ଅନ୍ୟପଟେ ରାଜ୍ୟସଭା ପାଇଁ କୁଡୁମୀ ସଂପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେପ୍ଟେମ୍ବର ୩ରେ ଦିନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ହେବ । ସେହିଦିନ ଭୋଟ ଗଣିତ ହୋଇ ଫଳାଫଳ ପ୍ରକାଶ ପାଇବ ।

nis-ad
Leave A Reply

Your email address will not be published.