ହିଞ୍ଜିଳିକାଟୁ// ପୁରୁଷୋତ୍ତମପୁର ୬!୪ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମ ପନ୍ଦରା ସାହିରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ପାଣ୍ଡିଆ ଗ୍ରାମରେ ଶୁକ୍ରବାର ରାତିରେ ଘରେ ପଶି ଶୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ପାଣ୍ଡିଆ ଗ୍ରାମ ପନ୍ଦରା ସାହିର ମୁନା ଓରଫ ମୁରଲୀ ବାଡ଼ତ୍ୟା (୨୭)। ପ୍ରତିଦିନ ପରି ଶୁକ୍ରବାର ରାତିରେ ମୁରଲୀ ଏବଂ ତାଙ୍କ ବାପା ବାବୁଲା ବାଡ଼ତ୍ୟା ସବୁଦିନ ଭଳି ଖାଇ ଘରେ ଶୋଇଥିଲେ। ଗରମ ହେବାରୁ ବାବୁଲା ଘର ବାରଣ୍ଡାରେ ଶୋଇଥିଲେ। ରାତି୨ଘଣ୍ଟ ସମୟରେ ହଠାତ୍ ଜୋରରେ ଶବ୍ଦ ହେବା ପରେ ପଡୋଶି ଉଠି ବାହାରକୁ ଆସି ଦେଖିବାକୁ ପାଇଲେ ପଡୋଶିମୁରଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖୁ ଭୟରେ ମୃତ ମୁରଲି ଙ୍କ ବାପାଙ୍କୁ କବାଟ ବାଡାଇ ଉଠାଇ ଥିଲେ ।ସେତିକିବେଳେ କେହି ଜଣେ ମୁରଲୀଙ୍କ ମୁଣ୍ଡକୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।। ପରେ ସାହି ବାସିନ୍ଦା ଙ୍କ ସହଯୋଗ ରେ ପୁରୁଷୋତ୍ତମପୁର ଥାନା କୁ ଓ ୧୦୮ଆମ୍ବୁଲାନ୍ସ କୁ ଜଣାଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ବିପିନ ବିହାରୀ ହୋତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷେ ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ମୃତଦେହ ଜବତ କରିଛି।ଏ ନେଇ ଏକ ଅପମୃତ୍ୟୁ ମାମଲା କରି ଶଵବ୍ୟବଛେଦ ପାଇଁ ପଠାଇଛି। ମୁରଲୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟା ର କାରଣ ଅସ୍ପଷ୍ଟ ରହିଛି।।
Sign in
Sign in
Recover your password.
A password will be e-mailed to you.
Prev Post