ନିର୍ବାଚନ ବିଗୁଲ ବାଜିଲା ଦଳ ଡ଼ିଆଁ ଆରମ୍ଭ ହେଲା : ଦଳ ଡ଼ିଆଁର ଫାଇଦା କଂଗ୍ରେସ ନେବ କି..?



ଭୁବନେଶ୍ୱର : ୧-୩ ଆଗାମୀ ସାଧାରଣ ନିର୍ବାଚନ ର ବିଗୁଲ ବାଜୁ ବାଜୁ ନେତା ମାନଙ୍କ ଦଳ ଡ଼ିଆଁ ଆରମ୍ଭ କରିଲେଣି।ବିଜେପି ଓ ବିଜେଡ଼ି କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଭାଇ ଚାରା ଭଳି ରିସ୍ତା ନିଭେଇ ଆସୁଛନ୍ତି। ଦୀର୍ଘ ଦଶ ବର୍ଷ ହେଲା ଯେବେ ବି ଦରକାର ବେଳେ ବିଜେଡ଼ି କେନ୍ଦ୍ରରେ ବିଜେପି କୁ ସବୁ କ୍ଷେତ୍ରରେ ସମର୍ଥନ କରି ଆସୁଛି। ଏବେ ପୁଣି ପ୍ରମାଣିତ ହେଲା ରାଜ୍ୟସଭା ନିର୍ବାଚନ ବେଳେ ରେଳ ମନ୍ତ୍ରୀଙ୍କୁ ସିଗନାଲ ଦେଖାଇ କେମିତି ଛଡା ଗଲା ଭୋଟର ସବୁ ଜାଣି ଲେଣି।ଏହା ପରେ ରାଜ୍ୟରେ ପୁଣି ଭାଗୁଆଳି ସରକାର ହେବା ନେଇ ଚର୍ଚ୍ଚା ଜୋର ହେଲାଣି। ଏବେ ଠାରୁ ଯେପରି ବିଜେଡ଼ି ରୁ ବିଜେପି କୁ ବିଜେପି ରୁ ବିଜେଡ଼ି ଦଳଡ଼ିଆଁ ଆରମ୍ଭ ହୋଇଛି ଲୋକେ କିଛି ଅଲଗା ଭାବିଲେଣି । ଏହି ପରିପେକ୍ଷୀ ରେ ଉଭୟ ଦଳକୁ କିଛି ଫରକ ପଡ଼ିବ ନାହିଁ କାରଣ ସବୁ କିଛି ଜାଣତ ରେ ହୋଉଛି କହିଲେ କିଛି ଭୁଲ ହେବ ନାହିଁ । ଭୋଟର ଙ୍କୁ ଭୁଆଁ ଭୁଲାଇବାକୁ ଏସବୁ ଖେଳ ଚାଲିଛି। ଭୋଟର ଜାଣି ସାରିଲେଣି ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵ ବୋଲି। ନେତା ମାନେ କେବଳ ନିଜର ସ୍ୱାର୍ଥ ପାଇଁ ଦଳ ବଦଳ କରନ୍ତି। ଆଜି କାଲି ରାଜନୀତି ଏକ ବ୍ୟବସାୟ ରେ ପରିଣତ ହେଲାଣି। ଆଗାମୀ ନିର୍ବାଚନ ପୂର୍ବରୁ ଯେଉଁ ଭଳି ଦଳ ଡ଼ିଆଁ ଆରମ୍ଭ ହୋଇଛି।ଏହାର ଫାଇଦା କଂଗ୍ରେସ କୁ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରିଦେଲେଣି।ବିଧାୟକ ଥାଇ ପୁଣି ଟିକେଟ ହାତେଇବା ର ଆଭାସ ନ ମିଳିବା ଫଳରେ ଦଳଡିଆଁ ଆରମ୍ଭ କରିଦେଇଛନ୍ତି ନେତା ମାନେ। କିଛି ନେତା ନିର୍ବାଚିତ ସରିଲା ପରେ ନିଜ ନିର୍ବାଚନ ମଣ୍ଡଳୀ କୁ ସମ୍ପୂର୍ଣ୍ଣ ଭୁଲି ଯାନ୍ତି।ନିଜ ଦମରେ ଲଢ଼ିବା ନେତା ଏବେ କମ କେବଳ ଦଳ ମୁଖିଆ ଙ୍କ ଆଶୀର୍ବାଦ ରେ ବିଜୟ ହେବା ସର୍ବାଧିକ ବିଜେଡ଼ି ଦଳରେ ହେଉଥିବା ଚର୍ଚ୍ଚା ସାଙ୍ଗକୁ ନଜିର ରହିଛି। ଦୀର୍ଘ ବର୍ଷ ହେଲା ଦଳ ସହିତ ରହି ଟିକେଟ ଆଶା ମଉଳିବା ପରେ ଦଳ ଡିଆଁ ବା ଘର ବାହୁଡା଼ ମିଶ୍ରଣ ପର୍ବ ଆରମ୍ଭ ହୁଏ ନିର୍ବାଚନ ବେଳେ। ଏହାର ଫାଇଦା କେଉଁ ଦଳକୁ ହେଉଛି ଦେଖିବାକୁ ବାକି ରହିଲା। ବିଜେଡି ର ଚାଣକ୍ୟ ବନିଥିବା ଭି କେ ପାଣ୍ଡିଆନ ଙ୍କ ଏହା ବିଜେପି ସହିତ ହାତ ମିଳାଇ ନୁଆଁ ଗୋଟି ଚାଳନା କରୁଥିବା କୁ ନେଇ ସମୀକ୍ଷକ ମାନେ ମତ ଦେଲେଣି, ଏହି ବି ଜେ ଡି ଆଉ ବିଜେପି ନେତା ମାନେ ଯେଉଁ ଦଳ ବଦଳା ଉଛନ୍ତି ତାହା କେବଳ ଆସନ ବୁଝାମଣା ରେ ଚାଲିଛି କହିଲେ କିଛିବି ଭୁଲ ହେବ ନାହିଁ l ବିଜେଡି ର ଦକ୍ଷତା ଥିବା ନେତା ଏବେ ବିଜେପି ରେ ଯୋଗ ଦେଲେଣି ଏବଂ ସେହି ମାନଙ୍କୁ ଜିତାଇବା ର ଠିକା ବିଜେଡି ନେଉଛି ବୋଲି ଚର୍ଚ୍ଚା ହେଲାଣି ଯାହାକି ଆଗାମୀ ନିର୍ବାଚନ ମିଲି ଭଗତ ସରକାର ଗଢିବା କୁ ନେଇ ଇଂଗତ କଲାଣି l ଏହାର ଫାଇଦା କଂଗ୍ରେସ ନେଇ ପାରେ କାରଣ ଏହା ଠାରୁ ସୁଯୋଗ କଂଗ୍ରେସ କେବେ ପାଇବ ନାହିଁ ଲୋକେ ପରିବର୍ତ୍ତନ ର ସ୍ଵାକ୍ଷର ଦେଇ ସାରିଲେଣି, ନିର୍ବାଚନ ତାରିଖ ଘୋଷଣା ହେଲା ପରେ ପ୍ରକୃତ ଖେଳ ଆରମ୍ଭ ହେବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି… I

nis-ad
Leave A Reply

Your email address will not be published.