ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ: ଦୁଇ ଗିରଫ…

ନୟାଗଡ଼: ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହୀବାଙ୍କ ପଞ୍ଚାୟତ ନରସିଂହ ପ୍ରସାଦ ଛକରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ସେମାନଙ୍କୁ ପଠାଯାଇଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ କଣସାରଣ ଗାଁ ର ସନ୍ତୋଷ ନାୟକ ଓ ଦିନବନ୍ଧୁ ନାୟକ ବୋଲି ଜଣାପଡିଛି । ସନ୍ଧ୍ୟା ସମୟରେ ଓଡ଼ଗାଁ ପୋଲିସ ପକ୍ଷରୁ ରୋହିବଙ୍କ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଏହି ଯୁବକ ଦ୍ବୟ ଙ୍କ ଉପରେ ଏଏସଆଇ ମନୋଜ କୁମାର ପାତ୍ରଙ୍କ ସନ୍ଦେହ ହେବାରୁ ଅଟକାଇ ପଚରାଉଚରା କରିଥିଲେ । ଯାଞ୍ଚ ବେଳେ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ସହ ଓଡି୦୨ଏୱାଇ ୮୨୪୫ ନମ୍ବର ଗାଡ଼ିକୁ ଓଡ଼ଗାଁ ପୋଲିସ ଜବତ କରିଛି । ଏ ନେଇ ଓଡ଼ଗାଁ ଥାନାରେ ୮୩/୨୪ରେ ମାମଲା ରୁଜ୍ଜୁ କରାଯାଇଛି ।

nis-ad
Leave A Reply

Your email address will not be published.