ଅଶାନ୍ତ ରୋହିଗାଁ : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କଲା ସମ୍ପର୍କୀୟ ଦାଦା…

ବ୍ରହ୍ମପୁର: ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ଗଞ୍ଜାମ ଜିଲ୍ଲା ଜିଲ୍ଲାରେ ୨ ଟି ପୋଲିସ ଜିଲ୍ଲା ଥାଇବି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ l କେତେବେଳେ ଗଞ୍ଜାମ ପୋଲିସ ଜିଲ୍ଲା ତ କେତେବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୁଣ୍ଡ ଗଡୁଛି l ସୂଚନା ଥାଉକି ବ୍ରହ୍ମପୁର ସଦର ଥାନା ଅଂଚଳରେ ଘଟିଛି  ହତ୍ଯାକାଣ୍ଡ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡସାହିରେ ଜଣେ ଯୁବକକୁ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ମଧୁସୂଦନ ଜେନା। ଯୁବକଙ୍କ ସମ୍ପର୍କୀୟ ଦାଦା ଓ ତାଙ୍କ ପୁଅ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଆକ୍ରମଣରେ ମଧୁସୂଦନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆକ୍ରମଣକାରୀ ପ୍ରସନ୍ନ ଜେନା ମଧ୍ୟ ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ରେ ଜଡିତ  ସିପୁ ଜେନା ନାମକ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ଟିମ ଧରି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି । ସୂଚନା ଥାଉକି କୁକୁଡାଖଣ୍ଡି ବ୍ଲକ ସଦର ଥାନା ରହିଗାଁ ଅନେକ ବର୍ଷ ହେଲା ଅଶାନ୍ତ ରହି ଆସୁଛି ମୁଖ୍ୟତଃ ରାଜନୈତିକ କିମ୍ବା ପୂର୍ବ ଶତ୍ରୁତା କୁ ନେଇ ଆଇନ ଶୃଙ୍ଖଳା ଅନେକ ସମୟ ରେ ବିଗୁଡୁ ଥିବା ନଜିର ବି ରହିଛି l ତେଣୁ ପୋଲିସ ପାଇଁ ସବୁବେଳେ ଚ୍ୟାଲେଞ୍ଜ ରହୁଛି l ଏବେବି ଯୁବକଙ୍କ ଶବ ଘରେ ପଡି ରହିଛି।ମୃତକଙ୍କ ପରିବାର ପଶ୍ଚିମବଂଗରେ ରହୁଛନ୍ତି। ଘରେ କିଏ ନଥିବାବେଳେ ସମ୍ପର୍କୀୟ ଦାଦା ଓ ଭାଇ ଆକ୍ରମଣ କରିଥିଲେ। ମୃତ ଦେହ ଜବତ କରି ଶବ ବ୍ୟବଛେଦ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ।ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ l

nis-ad
Leave A Reply

Your email address will not be published.