ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ମାଳ ମାଳ ନକଲି ସାମ୍ବାଦିକଙ୍କ ଆବିର୍ଭାବ ହୋଇଛି। ବିଭିନ୍ନ ଦପ୍ତର ସରକାରୀ କର୍ମଚାରୀ ଠିକାଦାର ମାନଙ୍କୁ ସାମ୍ବାଦିକ ବୋଲି କହି ଧମକ ଚମକ ଦେଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ରାତ୍ରରେ ଜଣେ ମଦ୍ୟପ ଯୁବକ ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ ଜଣେ କର୍ତ୍ତବ୍ୟରତ୍ତ ଡାକ୍ତରଙ୍କୁ ଗାଳି ଗୁଲଜ କରିଥିବା ନେଇ ଥାନାକୁ ଡାକ୍ତର ଫୋନ କରିଥିଲେ । ପୋଲିସ ଆସି ଉକ୍ତ ଯୁବକ କୁ ବୁଝାସୁଝା କରି ସେଠାରୁ କୁଆଡ଼େ ନେଇ ଚାଲିଯାଇ ଥିଲେ। କିଛି ସମୟ ପରେ ପୁଣି ଉକ୍ତ ଯୁବକ ଡାକ୍ତର ଖାନରେ ପହଁଞ୍ଚି ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିବାକୁ ପ୍ରସ୍ତୁତ ହେବା ପରେ ଡାକ୍ତର ଖାନା ପକ୍ଷରୁ ପୋଲିସ ଥାନାରେ ରେ ଅଭିଯୋଗ କରାଯାଇଛି। ଡାକ୍ତର ଜଣେ ଛୋଟ ଶିଶୁର ଚିକିତ୍ସା କରୁଥିବା ବେଳେ ଉକ୍ତ ମାତାଲ ଯୁବକ ଫୋଟ ଉଠାଉଥିବା ବେଳେ ଡାକ୍ତର କହିଲେ ଚିକିତ୍ସା ପରେଫୋଟ ଉଠାଅ ବୋଲି କହିବା ପରେ ଉତ୍ୟକ୍ତ ହୋଇ ଗାଳିଗୁଲଜ କରିଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହି ଘଟଣା କୁ ରଙ୍ଗ ଦେଇ ଉକ୍ତ ଯୁବକ କୁ ସାମ୍ବାଦିକ ର ପରିଚୟ ଦେଇ ଉକ୍ତ ଘଟଣା କୁ ରଫାଦଫା କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଉକ୍ତ ଯୁବକର ଅସଲି ପରିଚୟ ଠାବ କରି ଘଟଣା ର ତଦନ୍ତ କରିବାକୁ ଡାକ୍ତର ଖାନରେ କର୍ମଚାରୀ ମାନେ ଦାବୀ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏବେ ବହୁ ବେକାରୀ ଯୁବକ ଗୋଟେ ସ୍କୁଲ ବ୍ୟାଗରେ ମାଳ ମାଳ ବୁମ ଧରି ବିଭିନ୍ନ ସ୍ଥାନକୁ ଯାଇ ଦୁର୍ନୀତି ସମ୍ପର୍କ ଖବର ପ୍ରକାଶ କରିବେ ବୋଲି ଧମକଚମକ ଦେଉଥିବା ଘଟଣା ଦିନକୁଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଯେଉଁ ଦୁଇ ଚକିଆ ଚାରିଚକିଆ ଯାନବାହାନ ରେ ପ୍ରେସ ଲେଖି ବୁଲୁଥିବା ଗାଡ଼ି ଗୁଡିକୁ ଯାଞ୍ଜା କରିଲେ ଅସଲି ନକଲି ମିଡ଼ିଆ ର ଗୁମର ଖୋଲିବ ଅସଲି ସାମ୍ବାଦିକ ବଦନାମ ରେ ବର୍ତ୍ତିଯିବେ।
Sign in
Sign in
Recover your password.
A password will be e-mailed to you.