ଚାକିରୀ କରାଇବା ନା ରେ ଯୁବକ ଓ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ, ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୁଲିସ….
୨ କୋଟି ଟଙ୍କାର ବ୍ୟାଙ୍କ ଏକାଉଣ୍ଟକୁ ଅଚଳ କରିଛି ପୁଲିସ,
ବହୁ କମ୍ପାନୀ ଏବଂ ସରକାରୀ ଅଫିସର ନକଲି ନିଯୁକ୍ତି ପତ୍ର ଜବତ..
ବ୍ରହ୍ମପୁର : ଚାକିରୀ ପାଇବା ପ୍ରଲୋଭନରେ ଫସିଲେ ଯୁବକ ଯୁବତୀ।କୋଟି କୋଟି ଟଙ୍କା ଠକେଇର ହେଲେ ଶିକାର। ଚାକିରୀ ଖୋଜା ବେକାରୀ ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଲୁଟିବାର ନିଆରା ଉପାୟ ଅବଲମ୍ବନ କରୁଥିଲେ ଠକେଇ ଗ୍ୟାଙ୍ଗ। ଏଭଳି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ .। ସୂଚନା ଥାଉକି ସନ୍ତୋଷ କୁମାର ସାହୁ ନାମକ ଯୁବକ ଚାକିରୀ ପାଇବା ଆଶାରେ ୨୭ଲକ୍ଷ ଟଙ୍କାର ଠକେଇ ର ଶିକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତି କରି ପୋଲିସ ତଦନ୍ତ କରିଥିଲା।ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲା ଭଳି ପୋଲିସ ପାଖାପାଖି ଦୁଇ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଜାଣିବାକୁ ପାଇଥିଲା। ପ୍ରଣବ ପଣ୍ଡା ନାମକ ଜଣେ ଯୁବକ ସୁରତରେ କାର୍ଯ୍ୟ କରୁଥିଲେ. ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ପାସ। ଛତ୍ରପୁର ଏକ ସରକାରୀ କାର୍ଯ୍ୟାଳୟରେ ପିଅନ ଚାକିରୀ କରେଇବାକୁ ୩ ଲକ୍ଷ ଟଙ୍କା ଦାବୀ କରିଥିବା ବେଳେ ଅଗ୍ରିମ ଏକ ଲକ୍ଷ ଟଙ୍କା ଦେଇଥିଲେ। ସେହିପରି ଅନ୍ୟ ଜଣେ ମନୋରଞ୍ଜନ ସାହୁ ନିଜ ସ୍ତ୍ରୀ ପାଇଁ ଛତ୍ରପୁର ଏକ ସରକାରୀ କାର୍ଯ୍ୟାଳୟରେ କିରାଣୀ ଚାକିରୀ ପାଇଁ 50 ହଜାର ଟଙ୍କା ଅଗ୍ରିମ ଦେଇଥିଲେ। ଅଢେଇ ବର୍ଷ ହେଲା ଅପେକ୍ଷା କରି ଚାକିରୀ ନମିଳିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଚାକିରୀ ନାଁ ରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେମାନେ ନିରୁପାୟ ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଗୋପାଳପୁର ଜଗଦୀଶ କୁମାର ବେହେରା,ପିତା କୁମୁଦ ଚନ୍ଦ୍ର ବେହେରା, ଆସିକା କାଳଷଣ୍ଡ ପୁର ର ହୃଦୟାନନ୍ଦ ମୁନି, ପିତା ସ୍ବର୍ଗତ ନୁରସିଂହ ଚରଣ ମୁନି ସମେତ କେନ୍ଦ୍ରାପଡା ଜିଲ୍ଲା ନଳଡ଼ିଆ ର ଶିଶିର ମିଶ୍ର ପିତା ଶଙ୍କର ସେଣ ମିଶ୍ର , ଆସିକା ନାଲବଣ୍ଟା ର ସୂର୍ଯ୍ୟକାନ୍ତ ବେହେରା,ପିତା କାଁହୁ ଚରଣ ବେହେରା, ବାଲେଶ୍ୱର ଜିଲ୍ଲା ବଳିଆପାଟଣା ର ସୁନୀଲ ବେହେରା ପିତା ସୁଦର୍ଶନ ବେହେରା, ବାଲେଶ୍ଵର ଜିଲ୍ଲା ଖଣ୍ଟାପଡା ର ସୁମନ୍ତ ପାତ୍ର ପିତା ରବୀନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ଵାଲାକାନ୍ତି ଥାନା ବାଲିଅନ୍ତା ର ପ୍ରକାଶ ସେଠୀ ପିତା ପରୀକ୍ଷିତ ସେଠି, ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ର ଚୋୖହାନ ଜେନା ପିତା ଅଭିମନ୍ୟୁ ଜେନା, ନୟାଗଡ଼ର ସନ୍ତୋଷ ନାୟକ ପିତା କାଳୁ ନାୟକ କୁ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ବହୁ ନାମିଦାମୀ ମୋବାଇଲ ସହ ବହୁ କାଗଜପତ୍ର ଜବତ କରିଛି, ବିଭିନ୍ନ ଅଞ୍ଚଳ ର ପିଲା ମାନଙ୍କ କାଗଜ ପତ୍ର, ବ୍ୟାଙ୍କ ଚେକ ବହି ଏବଂ ସେମାନେ ବ୍ୟବହାର କରୁଥିବା ଟାଟା ଟିଗର କାର ଯାହା ନୁମ୍ବର OD07AA2635 ଗାଡି ଟିକୁ ବି ଜବତ କରିଛି ସ୍ଥାନୀୟ ବି. ଏନ. ପୁର ପୋଲିସ l ପୋଲିସ ତଦନ୍ତ ରୁ ମୁଖ୍ୟ ଖଳନାୟକ ଜଗଦିଶ ବେହେରା ବିଭିନ୍ନ ବେସରକାରୀ ଓ ସରକାରୀ ଚାକିରୀ କରେଇବା ନାଁ ରେ ଠକେଇ କରୁଥିଲେ।ଏପରିକି ସଚିବାଳୟରେ ମଧ୍ୟ ଚାକିରୀ କରାଇବାକୁ କହି ଠକିଥିବା ତଦନ୍ତରୁ ଜଣା ପଡିଛି।ତଦନ୍ତ ରୁ ଜଣା ପଡିଛି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଗୋଷ୍ଠୀ ଠକେଇ କରିଥିବା କହିଛି ପୋଲିସ।. ଏହି ଠକେଇ ଗ୍ୟାଙ୍ଗର ଲିଙ୍କ କୋଲକାତା ସହ ରହିଥିବା ତଦନ୍ତରୁ ଜାଣିବାକୁ ମିଳିଛି।. ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ. ପି ଶ୍ରୀ ବିବେକ କହିଛନ୍ତି। ତେବେ ଠକ ସାମ୍ରାଜ୍ୟର ସମୁଦ୍ରରେ ଆଶା ଓ ଚାକିରୀ ପାଇବା ବିଶ୍ୱାସ ପାଣିରେ ମିଳେଇ ଯାଇଥିବା ବେଳେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ନ୍ୟାୟ ମିଳିବ ସହିତ ହରେଇ ଥିବା ଟଙ୍କା ଫେରିପାଇବେ କି ନାହିଁ ତାହା ଦେଖିବା ବାକି ରହିଲା।