ନିଖୋଜ ନାବାଳିକାକୁ ବିହାର ରାଜ୍ୟରୁ ଉଦ୍ଧାର!

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଯମୁନାନାକି ଅଞ୍ଚଳର ଜଣେ ଜୈନିକ ନାବାଳିକାଙ୍କୁ କୁଆଁରମୁଣ୍ଡା ପୁଲିସ ବିହାର ରାଜ୍ୟରୁ ଉଦ୍ଧାର କରିଥିବା ଜଣାପଡ଼ିଛି | ସୂଚନା ମୁତାବକ ଉକ୍ତ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକା ଚଳିତ ବର୍ଷ ମେ ମାସ ୩୧ ତାରିଖ ଦିନ ଘରୁ ପଳାଇଥିବା ନେଇ ପରିବାର ବର୍ଗ କୁଆଁରମୁଣ୍ଡା ପାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ | ପ୍ରାଯ ୬ ମାସ ପରେ ପୁଲିସକୁ କୌଣସି ସୂତ୍ରରୁ ଖବର ପାଇ କୁଆଁରମୁଣ୍ଡା ପାଣ୍ଡି ଅଧିକାରୀ ଅଭୟ ମହାପାତ୍ରଙ୍କ ନେତୃତବରେ ଏକ ଟିମ୍ ଗଠନ କରାଯିବା ସହ ବିହାର ରାଜ୍ୟକୁ ଯାଇଥିଲା | ବିହାର ରାଜ୍ୟର ଜମୁଇ ଅଞ୍ଚଳରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ କୁଆଁରମୁଣ୍ଡା ପାଣ୍ଡି ଅଧିକାରୀ ଶ୍ରୀ ମହାପାତ୍ର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି |

nis-ad
Leave A Reply

Your email address will not be published.