ଏକଲବ୍ୟ ବିଦ୍ୟାଲୟ ହଷ୍ଟେଲ ଗୃହରେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା, ଦେଖିବାକୁ ମିଳିଛି ଚାପା ଉତ୍ତେଜନା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ଠାରେ ଥିବା ଏକଲବ୍ୟ ଆବାସିକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତଦେହ ଏକ ପରିତ୍ୟକ୍ତ ଘର ମଧ୍ୟରେ ଏକ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଜଣାପଡ଼ିଥିବା ପରେ ବିଦ୍ୟାଳୟ ପରିସରରେ ଏକ ପ୍ରକାର ଚାପା ଉତ୍ତେଜନା ଦେଖିବାକୁ ମିଳିଛି | କୁଆଁରମୁଣ୍ଡା ଵାଲୁଡୁମେଟ ଅଞ୍ଚଳର ଯ୍ୟୋନକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତ ଦେହ ବେକରେ ଗାମୁଛା ଦେଇ ଝୁଲୁଥିବା କେତେକ ଛାତ୍ର ଅପରାହ୍ନ ପ୍ରାୟ ସାଢ଼େ ୪ ଟା ସମୟରେ ଦେଖି ବିଦ୍ୟାଳୟର ଖେଲ ଶିକ୍ଷକକୁ ଜଣାଇଥିଲେ | ଏହା ଜାଣିବା ପରେ ବିଦ୍ୟାଳୟର ଶିକ୍ଷକ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ କୁଆଁରମୁଣ୍ଡା ତହସିଲଦାର ତଥା ମାଜିଷ୍ଟ୍ରେଟ ଚନ୍ଦ୍ରଜିତ ବେହେରାଙ୍କୁ ସୂଚନା ଦେଇଥିଲେ | ଫାଣ୍ଡି ପୋଲିସ ଏ ଏସ ଆଇ ଶ୍ରନିବାସ ଦାସ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ କୁଆଁରମୁଣ୍ଡା ତହସିଲଦାର ଚନ୍ଦ୍ରଜିତ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଭିତ୍ରା ମୋହନ ପ୍ରଧାନ, ଆଇଟିଡିଏ ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟର ଶ୍ରୀ ପରମାନନ୍ଦ ପୁଷ୍ଟି, କଲ୍ୟାଣ ଯୋଗାଯୋଗ ଅଧିକାରୀ ମନୋଜ ସତ୍ୟପାଠୀ,ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର, ସରପଞ୍ଚ ରାଜେଶ ହାସଦା ଏକଲବ୍ୟ ବିଦ୍ୟାଲୟ ପହଞ୍ଚିଥିଲେ | ମୃତକଙ୍କ ପରିବାର ସଦସ୍ୟ ବିଦ୍ୟାଳୟକୁ ଘେରି ରହିଥିଲେ ଏବଂ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ | ଲୋକମାନେ ସ୍କୁଲ ପରିଚାଳନାକୁ ଅବହେଳା ଅଭିଯୋଗ କରିଥିଲେ ଏବଂ ଏହାର ତଦନ୍ତ ଦାବି କରିଥିଲେ ! ମୃତକଙ୍କ ପରିବାର ଏବଂ ତାଙ୍କ ଗାଁର ଲୋକମାନେ ସେଠାରେ ପହଞ୍ଚି ଛାତ୍ରଙ୍କୁ ହତ୍ୟା ଅଭିଯୋଗ କରିଥିଲେ | ଆଜି ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ! ଏହି ଘଟଣାରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରାଜେନ୍ଦ୍ର କୁଜୁର ପ୍ରଶାସନକୁ ଦାୟୀ କରିଛନ୍ତି !ସେଠାରେ ସୁରକ୍ଷା ଅଭାବରୁ ସେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି |

nis-ad
Leave A Reply

Your email address will not be published.