ରାଇଘର ବ୍ଳକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ମଣ୍ଡେଇ ଅନୁଷ୍ଠିତ…

ରାଇଘର :- ( ୦୪/୧୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକରେ ‘ବ୍ଲକ ସ୍ତରୀୟ ମଣ୍ଡେଇ ‘ମିନି ଷ୍ଟାଡିୟମ ଠାରେ ୧୨ ବର୍ଷ ପରେ ବିଗତ କାଲି ୦୩/୧୨/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଛି। କେବିକେ ଜ଼ିଲ୍ଲା ଗୁଡିକରେ ବିଭିନ୍ନ ନାମରେ ଏହି ସାଂସ୍କୃତିକ ମହୋତ୍ସବ ପାଳିତ ହୁଏ। ମାଲକାନଗିରି ରେ ‘ମାଲ୍ୟବନ୍ତ’ କୋରାପୁଟରେ ‘ପରବ’ ରାୟଗଡାରେ’ ଚୈତି ‘ ଓ ନବରଙ୍ଗପୁର ଜ଼ିଲ୍ଲାରେ ‘ମଣ୍ଡେଇ’। କେବିକେ ଜ଼ିଲ୍ଲା ଗୁଡିକରେ ଲୁକାୟିତ ଅବସ୍ଥାରେ ବିଭିନ୍ନ ସ୍କୁଲ, କଲେଜର ଯୁବ ପୀଡ଼ି କଳାକାର ମାନେ ସେମାନଙ୍କର କଳା ଲୋକଲୋଚନକୁ ପ୍ରକାଶ କରି ପାରନ୍ତି ନାହିଁ ତାର ପାଇଁ ସେମାନେ ଏହି ବ୍ଲକ ସ୍ତରୀୟ ମଣ୍ଡେଇ ମହୋତ୍ସବରେ ନିଜ ନିଜ କଳା ପରିବେଶନ କରିବାର ସୁଯୋଗ ପା୍ଆନ୍ତି ଏବଂ ଏହି ମଣ୍ଡେଇରେ ମହୋତ୍ସବରେ ନିଜ ନିଜ ଭିତରେ ଭାଇ ଚାରା ମଧ୍ୟ ସ୍ଥାପିତ ହୁଏ। କେବିକେ ଜ଼ିଲ୍ଲାରେ ଏମିତି କଳାକାର ମାନେ ଅଛନ୍ତି ସେମାନେ ଏହି ମଣ୍ଡେଇ ମହୋତ୍ସବରେ ନିଜ କଳା ପ୍ରସ୍ତୁତ କରି ‘ପଦମ୍ମଶ୍ରୀ’ ସଂମ୍ମାନରେ ଭୂଷିତ ହେବାର ନଥି ମଧ୍ୟ ଅଛନ୍ତି।ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷୀସାଗର ମାଝିଙ୍କ ତତ୍ତାବୋଧନରେ ମଣ୍ଡେଇ ପର୍ବଟି ପ୍ରଥମେ ଦୀପ ପଜ୍ଜ୍ୟାଳନ କରି ସମଗ୍ର ରାଇଘର ସଦର ପରିକ୍ରମା କରି ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଏହି ପରିକ୍ରମାରେ ରାଇଘର ତହସିଲଦାର ରିତୁ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀସାଗର ମାଝୀ, ଏକ ନମ୍ବର ଜ଼ିଲ୍ଲା ପରିଷଦ ଯତୀନ୍ଦ୍ର ନାଥ ଗଣ୍ଡ, ଦୁଇ ନମ୍ବର ଜ଼ିଲ୍ଲା ପରିଷଦ ନାନୋରା ଖରା, ତିନି ନମ୍ବର ଜ଼ିଲ୍ଲା ପରିଷଦ ଲିପିକା ବାଡ଼ଇ, ଚାରି ନମ୍ବର ଜ଼ିଲ୍ଲା ପରିଷଦ ଖଗେଶ୍ୱର ହରିଜନ, ପ୍ରୀତିସି୍ନିଗ୍ଧା ମହାପାତ୍ର, ଶିବନାଥ ବାନାର୍ଜୀ, ମତିରାମ ନାୟକ, ସୁଦର୍ଶନ ମାଝୀ, ରାଧା ଭତ୍ରା, ସୁଶୀଳା ମାଝୀ, ବିନୋ ମାଝୀ, ରଶ୍ମିତା ମାଝୀ ଓ ଶରତ ମାଝୀ ସହ ରାଇଘର ଅଞ୍ଚଳର ପ୍ରମୁଖ ବରିଷ୍ଟ ଗୌଟିଆ, ସେୟାନ, ସେୟାଣୀ ମାନେ ନାଚ ଗୀତ ବାଣ ଫୁଟାଇ ରାଇଘର ସଦର ପରିକ୍ରମା ଦୃଶ୍ୟ ପରିଲୋକ୍ଷିତ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟି ମହାଆଡ଼ମ୍ବର ସହିତ ବିଭିନ୍ନ ସ୍କୁଲ, କଲେଜ ଓ ଗ୍ରାମର କଳାକାର ମାନଙ୍କ ଦ୍ୱାରା ନାଚ ଗୀତରେ ଝୁମି ଯାଇଥିଲା ଏବଂ ରାଇଘର ବ୍ଲକ ସହ ଆଖ ପାଖ ଅଞ୍ଚଳର ସହସ୍ରାଧିକ ଜନତା ଜଣାର୍ଦ୍ଧନ ଉପସ୍ଥିତ ଥିବା ତାହା ମଧ୍ୟ ପରିଲୋକ୍ଷିତ। ଶ୍ରୀମତୀ ସ୍ୱାଗତିକା ବାହିନୀପତି ଓ ଶ୍ରୀ ସଂଗ୍ରାମ ପରିଡା ସୁସ୍ଥ ସୁନ୍ଦର ଭାବରେ କୌଣସି ଅପ୍ରତିକର ଘଟଣା ନ ଘଟି ସବୁ ସାଂସ୍କୃତିକ ମହୋତ୍ସବର ମଞ୍ଚ ଚାଳନା କରି ରାଇଘର ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା

nis-ad
Leave A Reply

Your email address will not be published.