ଫୁଲବାଣୀ : ବିଜେପି ସରକାର ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ ଲାଗି ଏକ ୧୨ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି । ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ, ଆଦିବାସୀ ହରିଜନ କଲ୍ୟାଣ, ଏସ ଏଣ୍ଡ ଏମ ଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କମିଟିର ଅଧ୍ଯକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗୋକୁଳାନନ୍ଦ ମଲିକଙ୍କ ସମେତ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବଲଭଦ୍ର ମାଝୀ,ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ରୁପେଶ ପାଣିଗ୍ରାହୀ ସିଦ୍ଧାନ୍ତ ମହାପାତ୍ର, ନରସିଂହ ମାଡକାମୀ ଓ ରାମ ଚନ୍ଦ୍ର କଦମ, ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଆରଡ଼ି ସି ପ୍ରମୁଖ ସଦସ୍ୟ ଅଛନ୍ତି । ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ ହେଲେ ରାଜ୍ୟର ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି ଆଦି ଜିଲ୍ଲାର ବିକାଶ ତ୍ବରାନ୍ବିତ ହୋଇପାରିବ । ଏହି କମିଟିରେ ସରକାର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କୁ ସଦସ୍ୟ ଭାବେ ଗ୍ରହଣ କରିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି | ସରକାରଙ୍କ ଏହି କମିଟିକୁ ଫୁଲବାଣୀର ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଅଜିତ ପଟ୍ଟନାୟକ, ସଭାପତି ଜଗନ୍ନାଥ ସାହୁ, ଜିଲ୍ଳା ସମ୍ପାଦକ ଲିଙ୍ଗରାଜ ଦଳ ବେହେରା ପ୍ରମୁଖ ସ୍ବାଗତ କରିବା ସହ ଏହି ସଂଗଠନ ଅଞ୍ଚଳ ବାସୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.