ମାଲକାନଗିରି : ମାଲକାନଗିରି ଜିଲ୍ଲା ର ବିଭିନ୍ନ ଦୁର୍ଗମ ଅପହଁଞ୍ଚ ଇଲାକା ପାହାଡିଆ ଅଞ୍ଚଳ ଓ ମୁଖ୍ୟ ବିଦ୍ୟୁତ ସଂଯୋଗ ଉପରେ ଆକାଶ ମାର୍ଗରୁ ନଜର ରଖି ବିଦ୍ୟୁତ ସେଵା ର ଅସୁବିଧା ସମ୍ପର୍କ ରେ ଫଟୋ ଓ ତଥ୍ୟ ଯୋଗାଇବ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା । ସେ ନେଇ ଆଜି ମାଲକାନଗିରି ଜିଲ୍ଲା ରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଇଞ୍ଜିନିୟର ମାନେ ପରୀକ୍ଷା ମୂଳକ ଭାବେ ଆକାଶ ରେ ଉଡାଇଛନ୍ତି ଏହି ଡ୍ରୋନ କ୍ୟାମେରା। ଏଣିକି ଆକାଶ ମାର୍ଗରୁ ମୁଖ୍ୟ ବିଦ୍ୟୁତ୍ ସଂଯୋଗ ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ବନ୍ୟା ବାତ୍ଯା ଓ ପ୍ରାକୃତିକ ବିପର୍ଯ୍ଯୟ ବେଳେ ଆଉ ଲୋକଙ୍କୁ ଅଧିକ ସମୟ ଧରି ବିଦ୍ଯୁତ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ମାଲକାନଗିରି ଜିଲ୍ଲା ଟାଟା ପାୱାର କମ୍ପାନୀରେ ପ୍ରଥମେ ଥର ଲାଗି ନିୟୋଜିତ ହେଲା ଶକ୍ତିଶାଳୀ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନରେ ଅତ୍ୟାଧୁନିକ ତାପମାତ୍ରା, ଫଟୋ ଓ ଭିଡିଓ କେମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି । ଯାହା ଦ୍ଵାରା ଆକାଶ ମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରିଡ ଷ୍ଟେସନ୍ ମାନଙ୍କର ତାପମାତ୍ରା,
ସ୍ପ।ର୍କିଙ୍ଗ,ବିଭିନ୍ନ ତ୍ରୁଟି ର ଫଟୋ, ଭିଡିଓ ଉତ୍ତୋଳନ କରି କଣ୍ଟ୍ରୋଲ ରୁମ କୁ ପଠାଇବା ସହିତ ନଜର ରଖିବ। ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ବିବିଗୁଡା ସବଷ୍ଟେସନ କଣ୍ଟ୍ରୋଲ ରୁମ ଠାରେ ଏହି ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ପରୀକ୍ଷା ମୂଳକ ଭାବେ ଉଡାଣ କରାଯାଇ ଥିଲା, ଏହି ଅବସରରେ ମାଲକାନଗିରି ଟାଟାପାୱାର ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ଜେନା, ଏସଡ଼ିଓ ଇଂ କାର୍ତ୍ତିକ ଚନ୍ଦ୍ର ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ପ୍ରମୁଖ ଟାଟା ପାୱାର ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ରେ ବହୁତ୍ ଜଙ୍ଗଲ ପାହାଡ଼ ଥିବା ଯୋଗୁଁ ଏହି ଡ୍ରୋନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପଯ୍ୟନ୍ତ ଅତିକ୍ରମ କରି ବିଦ୍ୟୁତ ଖୁଣ୍ଟି, ଟ୍ରାନ୍ସଫରମର, ସବଷ୍ଟେସନ ଗୁଡିକର ତ୍ରୁଟି ଖୋଜିବାରେ ସାହଯ୍ୟ କରିବ ଓ ଏହି ତ୍ରୁଟି ଗୁଡିକୁ ସହଜ ଓ କମ ସମୟ ମଧ୍ୟରେ ବିଭାଗୀୟ କର୍ମଚାରୀ ମାନେ ମରାମତି କରିପାରିବେ ବୋଲି ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ଜେନା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.