କାଳିଭଞ୍ଜ ଡିଆରୁ ବନବିଭାଗ ବୋଟ ସହ ୫୦ବସ୍ତା ଗରାଣି କାଠ ଜଵତ, ୪ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ଅଞ୍ଚଳରେ ଦିନକୁ ଦିନ ଗରଣି ଓ ବାତରା କାଠ ରାକେଟ୍ ବଳବତ୍ତର ରହୁଥିବା ବେଳେ ବନ ବିଭାଗର ଆଖିରୁ ନିଦ ହଜାଇ ଦେଇଛି। ଯେତେ ଥର ଦୁର୍ଵୁତମାନେ ଏହି କାଠ ଚୋରି କରୁଛନ୍ତି ସେତେଥର ଵନଵିଭାଗ କଵ୍ଜାରେ ଖସି ପାରୁନାହାନ୍ତି। ଵନଵିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ 8 ଘଟିକା ସମୟରେ କନିକା ସହକାରୀ ବନ ସଂରକ୍ଷକ ଶ୍ରୀ ମାନସ କୁମାର ଦାସ ଙ୍କ ନିର୍ଦ୍ଦେଶାନୁସାରେ ଡ଼ାଙ୍ଗମାଳ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ, ଫରେଷ୍ଟ ଗାର୍ଡ ଶ୍ରୀ ସୁନିଲ ରଞ୍ଜନ ରାଉତରାୟ, ଶ୍ରୀ ବବୁଲ କୁମାର ପରିଡ଼ା, ଶ୍ରୀ କଳ୍ପତରୁ ସେଠୀ, ଶ୍ରୀ ଗୋରାଚାନ୍ଦ ସିଂ ଏବଂ ଶ୍ରୀ ସତିଶ ଲାକ୍ରା ପ୍ରମୂଖ ଵନବିଭାଗ ଟିମ୍ କାଳିଭଞ୍ଜଡ଼ିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରଵେଶ କରି ଗୁରୁପଦ ପାତ୍ର ଘର ପଟ୍ଟାପାରିଆ, କାର୍ତ୍ତିକ ମାଳି ଘର ଚଡଦିଆ, ଅଭୟ ଦଳାଇ ଘର ବାଙ୍କୁଆଳଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ 26 ବସ୍ତା ବାତେରା ଏବଂ 24 ବସ୍ତା ଗରାଣୀ ଚାରା କାଠ ଜବତ କରିଥିଲେ।ଏହି ୪ଜଣ ଆସାମିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସିଏଫଓ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.