ବିଜେଡ଼ି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ମୁନ୍ନା ଖାଁ ଜି. ଉଦୟଗିରି ଉ ପ ନିର୍ବାଚନ ପ୍ରଚାରରେ…

ଫୁଲବାଣୀ/ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ. ଏ. ସି ଅଧ୍ୟକ୍ଷା ପାର୍ଥି ପାଇଁ ଉପ ନିର୍ବାଚନ ପ୍ରଚାରର ଅନ୍ତିମ ଦିନ ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିଜେଡ଼ି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ଶ୍ରୀଯୁକ୍ତ. ମୁନ୍ନା ଖାଁ ମହୋଦୟ ଆସି ପହଞ୍ଚି ଥିଲେ l ପ୍ରଥମେ ସାଂସଦ ମୁନ୍ନା ଖାଁ ଙ୍କୁ କଳିଙ୍ଗା ଠାରେ ମାନ୍ୟବର କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ l ପ୍ରଥମେ ଘୁ. ଉଦୟଗିରିର ଏକ ନମ୍ବର ୱାର୍ଡ ଦୂଗୁଡ଼ି ଠାରେ ଏକ ଚର୍ଚ୍ଚ ଘରେ ସାଧାରଣ ସଭାରେ ଯୋଗ ଦେଇ ଅଧ୍ୟକ୍ଷା ପାର୍ଥୀନୀ ଦେବସ୍ମିତା ଶତପଥୀଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ନିକଟରେ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ l ଲୋକଙ୍କ ଗହଣରେ ଯାଇ ୱାର୍ଡ ର ସମସ୍ୟା ବୁଝି ସମାଧାନ କରିବା ପାଇଁ ମଧ୍ୟ୍ୟ ପ୍ରତିଶୃତି ଦେଇଥିଲେ l ସେଠୀରୁ ୮ ନମ୍ବର ୱାର୍ଡକୁ ଯାଇ ମୁସଲିମ ବସ୍ତି ରେ ଥିବା ମସଜିଦ ଓ ମଦର୍ଶା ର ଆଉ କଣ କାମ ବାକି ଅଛି ପଚାରି ବୁଝି ସାଧାରଣ ସଭା ରେ ଯୋଗ ଦେଇ ଦେବସ୍ମିତା ଭଉଣୀ ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିଥିଲେ l ବାଟରେ ଏକ ମନ୍ଦିର କୁ ଯାଇ ସେଠାରେ ରହୁ ଥିବା ସେବାୟତଙ୍କ ମଧ୍ୟ୍ୟ ସମସ୍ୟା ବୁଝି ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଆଜିର ଏହି ବିଶାଳ ପ୍ରଚାର

ସମାରୋହ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ବିଜୟ ନାୟକ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ ପୂର୍ବତନ ବିଧାୟକ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଚେୟାରମ୍ୟାନ ରୁଦନ ମଲ୍ଲିକ ସଂଖ୍ୟାଲଘୁ ସେଲ ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ସମ୍ପାଦକ ମହମ୍ମଦ ଫାରୁକ ଏବଂ ମହମ୍ମଦ ରଫିକ ଜିଲ୍ଲା ସଭାପତି ଜୟାନନ୍ଦ ନାୟକ ନଗର ସଭାପତି ଗୋପାଳ ମହାପାତ୍ର ଫୁଲବାଣୀ ନଗର ସଭାପତି ବିମଳ ପାଢ଼ୀ ସଂଖ୍ୟା ଲଘୁ ନଗର ସଭାପତି ହୁସେନ ଭାଇ ପୂର୍ବତନ ଚେୟାରମ୍ୟାନ ସଂଜୀବ ପାତ୍ର ମହିଳା ସଭାନେତ୍ରୀ ଅନିମା କହଁର ରାଜ୍ୟ ମହିଳା ସମ୍ପାଦିକା ପୁନମ କହଁର ବ୍ରହ୍ମପୁର ରୁ ଆସିଥିବା ମମତା ବିଶୋଇ ମହିଳା ପର୍ଯ୍ୟବେକ୍ଷକ ଯୁବ ସଭାପତି ବିଷ୍ଣୁ ମଲ୍ଲିକ ଛାତ୍ର ସଭାପତି ସୁନୀଲ ସେଠି ବ୍ଲକ ଚେୟାରମ୍ୟାନ ସମସ୍ତ ବିଜେଡ଼ି ୱାର୍ଡ ମେମ୍ବର ଏବଂ ବହୁ ସଂଖ୍ୟା ବିଜେଡ଼ି କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.