ଫୁଲବାଣୀ ପ୍ରେସ କ୍ଲବ ତରଫରୁ ମାଗଣା ଶୀତ ବସ୍ତ୍ର ପ୍ରଦାନ…

ଫୁଲବାଣୀ -କନ୍ଧମାଳ ରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କି ବୁଢା କି ପିଲା ସମସ୍ତେ ଏବେ ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି l ବିଶେଷ କରି ବୁଢା ବୁଢୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି lଏପରି ସ୍ଥଳେ ଗରିବ ଲୋକଙ୍କୁମାଗଣାରେ କମ୍ବଳ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, କଟକ ଆଇଟିଆଇ ର ପଦସ୍ଥ ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ସାହାଣୀ ମିଶି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁ ଡ୍ରେଜୁ ପଞ୍ଚାୟତ ଅନ୍ତର୍ଗତ ସୁ ଡ୍ରେଜୁ ଗ୍ରାମ ର ବିଜୟ ପ୍ରଧାନ, ବିପ୍ର ନାୟକ, ସୁମିତ୍ରା ନାୟକ ଅlଡି ମୁଣ୍ଡା ଗ୍ରାମର ଯମୁନା ମଲିକ, ଗଣେଶ ମଲିକ, ବାଲରସେନ୍ ମଲିକ, ଓ ଭେଟଖୋଲ ଗ୍ରାମର ଉର୍ମିଲା ବେହେରା, ବି ବଚ୍ଛ ନାୟକ, ବୀର ବେହେରା, ଅଙ୍ଗଦ ନାୟକ, ବିପିନ ବିହାରୀ ଗଣ୍ଡା, ଶୁକ ଦେବ ବେହେରା, ବିରଞ୍ଚି ବେହେରା, ରେବତୀ କହ୍ନର, ରେବତୀ ମଲିକ, ଚଇତ ଗଣ୍ଡା, ଲିଲି ବେହେରା,ବାଳକ ରଣା ଓ ରମ୍ଭା କହଁର ପ୍ରମୂଖ ଗରିବ ନିଃସହାୟବୁଢା ବୁଢ଼ୀ ଲୋକଙ୍କୁ ଶୀତବସ୍ତ୍ର ଓ ବିସ୍କୁଟ ଆଦି ପ୍ରଦାନ କରିଥିଲେ l ଶୀତ ବସ୍ତ୍ର ପାଇ ଲୋକେ ଖୁସି ଅନୁଭବ କରିବା ସହ ଶୀତ ରୁ ଏବେ ରକ୍ଷା ମିଳିବ ବୋଲି କହିଥିଲେ l
ଅନ୍ୟ ମାନଙ୍କ୍ ମଧ୍ୟରେ ନାଏବ ସରପଞ୍ଚ ଗଣେଶ ପ୍ରଧାନ, ଯୁବ ସାମାଜ ସେବୀ ବିବେକନନ୍ଦ ଗଣ୍ଡା( ରିଙ୍କୁ) ପ୍ରମୂଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.