ଆସିକ ବିଜେଡି ରେ ଗୋଷ୍ଟି କନ୍ଦଳ : ଉଭୟ ଙ୍କୁ ଏକାଠି କରିବାକୁ ମନ୍ତ୍ରୀ ନାକେ ଦମ…!

ଗୁରୁ ମନ୍ତ୍ର ଫେଲ…!!



ବ୍ରହ୍ମପୁର:୭-୧୦ ଆସିକା ରେ ବିଜେଡି ରେ ଗୋଷ୍ଟି କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଗୋଷ୍ଟି କନ୍ଦଳ ର ମୁଖ୍ୟ କାରଣ ନେତୃତ୍ୱ ପରିବର୍ତ୍ତନ ର ସ୍ୱର ରେ ଆଗ ଧାଡ଼ିର ବହୁ ନେତା ମାନେ ଆଗାମୀ ସାଧରଣ ନିର୍ବାଚନ ରେ ଏକ ନୂଆ ମୁହଁ ଙ୍କୁ ସୁଯୋଗ ଦେବା ପାଇଁଦାବୀ କରୁଛନ୍ତି। ଆସିକା ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ଯୋଗୁଁ କୁଆଡ଼େ କେବଳ ଗୋଟିଏ ଦିନ ହିଁ ପଦ ଯାତ୍ରା ର ଆୟୋଜନ ହୋଇପାରିଛି। ଦୁଇ ତାରିଖ ଦିନ ଆସିକା ଦେବଭୂମି ପଞ୍ଚାୟତ ରେ ପଦ ଯାତ୍ରା ପରେ ଆଉ ପଦ ଯାତ୍ରା ପାଇଁ ନେତା ଙ୍କ ଅଭାବ ଓ ସ୍ଥାନୀୟ ନେତା ସାଙ୍ଗରେ ନଥିବା ଯୋଗୁଁ ଏହି ଯାତ୍ର ହୋଇ ପାରିନାହିଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପର୍ଯ୍ୟବେକ୍ଷ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆସିକା ଆସି ବିଜେଡି ର ଉଭୟ ଗୋଷ୍ଟି କୁ ଗୋଟିଏ ଗୋଠ ରେ ରଖିବାକୁ ଚେଷ୍ଟା କରି ନାକେ ଦମ ହେବାକୁ ପଡ଼ିଛି ବୋଲି ବିଭନ୍ନ ମୋହଲ ରେ ଚର୍ଚ୍ଚା ହେଉଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉ କି ଲୋକସଭା ନିର୍ବାଚନ ମଣ୍ଡଳୀ ହେଉ ସବୁବେଳେ ଚର୍ଚ୍ଚା ରେ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଦେଶର ରାଜନୈତିକ ଚାଣକ୍ୟ ମାନଙ୍କ ଆଖି ସବୁବେଳେ ରହିଥାଏ। ଗତ କିଛି ଦିନ ହେଲା ଦଳ ମୁଖିଆ ଆସିକା ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ କୁ ପେଚ ପକାଇବାକୁ ଘନ ଘନ ବୈଠକ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଆଲୋଚନା ହେଉଛି। ପଦ ଯାତ୍ରା କରି ଲୋକଙ୍କ ନିକଟରେ ଯଦି ସରକାରଙ୍କ ବାର୍ତ୍ତା ପହଞ୍ଚାଇବାର ଅଛି ତାହା ହେଲେ ବାହାର ର ଜଣେ ନେତାଙ୍କୁ ଆସିକା ରେ ଆସି ପଦ ଯାତ୍ରା କରିଲେ ଗୋଷ୍ଟି କନ୍ଦଳ ଦୂର ହେବ ବୋଲି ଚର୍ଚ୍ଚା ହେଉଛି। ଦଳ ପକ୍ଷରୁ ଏଠାରେ ପ୍ରୟୋଗ କରଯାଉଥିବା ଗୁରୁ ମନ୍ତ୍ର ଫେଲ ମାରୁଛି। କେବଳ ଆସିକା ନୁହଁ ଗୋପାଳପୁର, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ମଧ୍ୟ ଏକା ସମସ୍ୟା ଗଞ୍ଜାମ ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି ଆସିକା ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଏବେ ଅଣ ଆୟତ୍ତ କହିଲେ କିଛି ଭୁଲ ହେବନାହିଁ l ଜିଲ୍ଲା ବିଜେଡି ସଭାପତି ଏଥି ପାଇଁ ଦାୟୀ କହିଲେ ଚଳେ କାରଣ ସେ କୌଣସି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ଓ ତୃଣ ମୂଳ ସ୍ତରର ନେତା ଓ କର୍ମୀ ମାନଙ୍କ ସହିତ ମିଶିବା ତ ଦୂରର କଥା ଯୋଗାଯୋଗ ରେ ବି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି l ଏହି ପରିପେକ୍ଷୀ ରେ ବିଜେଡି ପର୍ଯ୍ୟବେକ୍ଷ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବା କରିବେ କଣ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯାହାକି ଆଗାମୀ ନିର୍ବାଚନ ରେ ଦଳକୁ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ଶୁଣିବାକୁ ମିଳୁଛି…

nis-ad
Leave A Reply

Your email address will not be published.