ସାପ କାମୁଡ଼ାରେ ମା ଓ ଶିଶୁକନ୍ୟା ମୃତ…


ହିଞ୍ଜିଳିକାଟୁ, ତା ୮/୧୦(): ଶନିବାର ଭୋରରେ ଏକ ଦୁଃଖଦ ଘଟଣା ଦେଖିଥିବା ମିଳିଛି । ସାପ କାମୁଡ଼ାରେ ଏକ ପରିବାରର ମା ସମେତ ଗୋଟିଏ ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମର କେ. ଗଣେଶ ପାତ୍ରଙ୍କ ସ୍ତ୍ରୀ କେ. ବାସନ୍ତୀ ପାତ୍ର (୨୩) ଓ ଝିଅ କେ. ଦେବସ୍ମିତା ପାତ୍ର (୨) । ପ୍ରକାଶ ଯେ, ଶୁକ୍ରବାର ରାତିରେ କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମର ମା ଓ ଝିଅ ଘର ମଧ୍ୟରେ ଶୋଇଥିଲେ। ଶନିବାର ଭୋରରୁ ମହିଳା ଓ ଶିଶୁକନ୍ୟାର ଚିତ୍କାର ଶୁଣି ପରିବାର ଲୋକେ ତାଙ୍କ ନିକଟକୁ ଯାଇଥିଲେ । ଘର ଭିତର ମା ଓ ଶିଶୁକନ୍ୟା ଦୁହେଁ ଶୋଇଥିବା ବେଳେ ସେମାନଙ୍କ ଗୋଡ ନିକଟରେ ଏକ ବିଷଧର ନାଗସାପ ରହିଥିଲା । ପରିବାର ଲୋକେ ସାପକୁ ମାରି ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଉଭୟ ମା ଓ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ଓ କବିସୂର୍ଯ୍ୟନଗର ଥାନା ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିଛି। ଏ ନେଇ କବିସୂର୍ଯ୍ୟନଗର ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶକୁ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.