ମାଲକାନଗିରି,୬।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ଯବାନଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିବା ବେଳେ ଆଜି ତାଙ୍କୁ ଛାଡିଛନ୍ତି ମାଓବାଦୀ । ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ପୂର୍ବେ ବିଜାପୁର ଜିଲ୍ଲାର ଉସପାରି ଗ୍ରାମ ନିକଟରେ ବସ୍ତର ଫାଇଟରସ ଦଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଯବାନ ଶଙ୍କର କୁଡ଼ିଆମଙ୍କୁ ମାଓବାଦୀ ମାନେ ସେଠାରୁ ଅପହରଣ କରି ନେଇଥିଲେ । ଏନେଇ ମାଓ ସଚିବ ଅନୀତା ଏକ ପ୍ରେସ ନୋଟ ମଧ୍ୟ ଜାରି କରିଥିଲେ । ଯାହାପରେ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ପୋଲିସ ନିକଟରେ ଏ ସମ୍ପର୍କରେ ସୂଚନା ଥିଲା, କିନ୍ତୁ ତାହା ପ୍ରକାଶ କରାଯାଇ ନାହିଁ ବୋଲି ଅନିତା ଉଲ୍ଲେଖ କରିଛନ୍ତି । ତେବେ ଯବାନଙ୍କ ପରିବାର ଲୋକେ ଓ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକେ ଶଙ୍କରଙ୍କ ମୁକ୍ତି ପାଇଁ ନିବେଦନ କରିଥିଲେ । ଏହାପରେ ଆଜି ମାଓବାଦୀ ମାନେ ଶଙ୍କରଙ୍କୁ ମୁକ୍ତ କରିଥିବା ଜଣା ପଡିଛି
Sign in
Sign in
Recover your password.
A password will be e-mailed to you.