ଗଞ୍ଜାମ ଆଇନ ମହା ବିଦ୍ୟାଳୟରେ ଜାତୀୟ ସ୍ତରୀୟ କର୍ମଶାଳା…

ବ୍ରହ୍ମପୁର :-ସ୍ଥାନୀୟ ଗଞ୍ଜାମ ଆଇନ ମହାବିଦ୍ୟlଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ସାମନ୍ତଙ୍କ ପୌରୋହିତ୍ୟରେ ଏକ ଜାତୀୟ ସ୍ତରର ପାଠଚକ୍ର ଅନୁଷ୍ଠିତ ହୋଇଥିଲା l ଆଇନ ପେସାରେ ନୂତନ ଦିଗ ଉପରେ ବିଷଦ ଭାବେ ଆଲୋଚନl ହୋଇଥିଲା l ଏହି ଅବସରରେ ସାଧାନକର୍ମୀ ଭାବେ ପ୍ରଫେସର ଡ଼. ବାନର୍ଜି ଚକ୍କା ଯୋଗ ଦେଇ ଆଇନଜୀବୀ ମାନେ ନୂତନ ବୈଷୟିକ ଜ୍ଞାନ କୌଶଳ ସହ ନିଜକୁ ଯୋଡିବାକୁ ଅହ୍ୱାନ୍ ଦେଇଥିଲେ l ସମ୍ପ୍ରତି ବିଭିନ୍ନ ଦେଶରେ ଆଇନ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିଛି ସେ ଗୁଡିକ ସହ ତାଳ ଦେଇ ଆଇନଜୀବୀ ମାନେ ଅଗ୍ରସର ହେବାକୁ ଆହ୍ବାନ ଦେଇଥିଲେ l ମୁଖ୍ୟଅତିଥି ଭାବେ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟ ର କୂଳପତି ପ୍ରଫେସର ଡ଼. କମଲ ଜିତ ସିଂ କର୍ମଶାଳାର

ଉପାଦେୟତା ସମ୍ପର୍କରେ ଉଦବୋଧନ ଦେଇଥିଲେ l ଅନ୍ୟତମ ସାଧନକର୍ମୀ ଭାବେ ପ୍ରଫେସର ପ୍ରବୀଣ କୁମାର ତ୍ରିପାଠୀ, ପ୍ରଫେସର ସିଲା ରାମ ସୁନ୍ଦର, ଡ. ନିଧି ଚୌହାନ, ହିରଣ୍ମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ସ୍ଵମତ ଉପସ୍ଥାପନ କରି ଛାତ୍ର ଛାତ୍ରୀ ଙ୍କ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ଼. ବିନାୟକ ପଟ୍ଟନାୟକ ମଞ୍ଚାସିନ ଥିଲେ, ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରୁ ବରିଷ୍ଠ ଆଇନଜୀବୀ, ବିଦ୍ୟlର୍ଥୀ ମାନେ ଏହି କର୍ମଶାଳା ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ଫ୍ରଫେସର ମନୋଜ କୁମାର ଜେନା ସାମନ୍ତ, ଡ଼.ତ୍ରିଲୋଚନ ଲେଙ୍କା, ମନିଷା ବିଶ୍ଵାଳ, ସୁଦାତ୍ତା ରଥ, ଜ୍ୟୋତିର୍ମୟୀ ବାରୁହା, ଡ. ଶ୍ୟାମକନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.