ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣା :ଜଣେ ମୃତ୍ୟୁ ୧ ଗୁରୁତର..

ଉମରକୋଟ (୦୪/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାଏତ ଅନ୍ତର୍ଗତ କଟୁଗାଁ ଗ୍ରାମରେ ଗତ କାଲି ମଣ୍ଡେଇ ଅନୁଷ୍ଠିତ ହେଇଥିଲା l ଦିନରେ ନିଜ ନିଜ ଦେବ ଦେବୀଙ୍କ ପଵିତ୍ର ମନରେ ନଡ଼ିଆ ଧୂପ ଦୀପ ଦେଇ ଭକ୍ତି ବେଶରେ ପୂଜା ଅର୍ଚ୍ଚନା କରିଥାଏ କାହିଁକି ନା ବର୍ଷ ସାରା ସେମାନଙ୍କର ପରିବାରର ସମସ୍ତେ ଯେପରି ଭଲରେ ଥାଇ ପାରେ l ଦିନରେ ମଣ୍ଡେଇ ସରିଲା ପରେ ରାତିରେ ନାଚ ଗୀତ ଓ ପରମ୍ପୋରିକ ରୀତିର ନାଟକ ମଧ୍ୟ ଅନୁଷ୍ଠିତ ହୁଏ l ଏହି ନାଟକ ଦେଖିବାକୁ କୁରାବେଡ଼ା ପଞ୍ଚାଏତର କୁବଡ଼ାଡ଼ିହି ଗ୍ରାମର ଶ୍ରୀ ବିକାଶ ଗଣ୍ଡ ଅନୁମାନିକ (୨୪) ବର୍ଷ ରାତିରେ ଆସିଥିଲେ, କିନ୍ତୁ ସକାଳେ ଘର ଲୋକ ମାନେ ଫୋନ ମାଧ୍ୟମରେ ଖବର ପାଇଲେ ଯେ କୁଟୁଗାଁ ଗ୍ରାମ ପାଖରେ ଦୁର୍ଘଟଣା ହେଇଚି l ସେହିପରି କର୍ଲାପାରା ଗ୍ରାମର ଶ୍ରୀ ଅମରସିଂ ଗଣ୍ଡ ଅନୁମାନିକ ( ୨୬) ବର୍ଷ ହେବ ଚାଲାଣପାରା ପାଖରେ ଦୁର୍ଘଟଣାରେ ଜଣେ ମରିଯିବା ସହ ଜଣେ ଆହତ ହେଇ ହୋଇଛନ୍ତି l କିପରି ଏହି ଭଳି ଦୁର୍ଘଟଣା ଘଟିଲା ତାହା ସନ୍ଦେହ ଘେରରେ କେଉଁ ଅଜଣା ଗାଡ଼ି କିମ୍ବା ନିଜେ ନିଜେ ଦୁର୍ଘଟଣା ଘଟେଇଛି ତାହା ଏବେ ଯାଏ ଜଣା ପଡ଼ି ନାହିଁ l ବିକାଶ ଗଣ୍ଡର ମୁଣ୍ଡ ଏବଂ ଛାତିରେ ମାଡ଼ ବାଜିଛି ଓ ଅମରସିଂ ଗଣ୍ଡର ବାମ ଗୋଡ଼ ଭାଙ୍ଗିଯିବା ସହିତ ଛାତି ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଛି l ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଟିକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣା ଗାଡିଟିକୁ ଜବତ କରିଛି

nis-ad
Leave A Reply

Your email address will not be published.