ସୁନ୍ଦରଗଡ଼ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୪୯ ଟି ୫- ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟିତ

ସୁନ୍ଦରଗଡ଼, : ୫- ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲା ର ୪୯ ଟି ରୂପାନ୍ତରିତ ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ ସ୍କୁଲ ଗୁଡ଼ିକର ଉଦଘାଟନ କରିଛନ୍ତି I
ଏହି ୪୯ ବିଦ୍ୟାଳୟ ଗୁଡିକ ମଧ୍ୟରେ ବାଲିଶଙ୍କରା ବ୍ଲକ ର ୩ ଟି ସ୍କୁଲ ଯଥା- ବୀରବର ଉଚ୍ଚ ବିଦ୍ୟାଳୟ, ତୁମୁଲିଆ ,
ଖମପୁର ଉଚ୍ଚ ବିଦ୍ୟାଳୟ ଓ ପ୍ରୋପଜଡ ବାଳିକା ଉଚ୍ଚ ବିଦ୍ୟାଳୟ, ଗଇକନପାଲି,
ବଡ଼ଗାଁ ବ୍ଲକ ର ଦାଣ୍ଡଜମିରା ଉଚ୍ଚ ବିଦ୍ୟାଳୟ, ବିଶ୍ରା ବ୍ଳକ ଅନ୍ତର୍ଗତ ପ୍ରଗତି ବିଦ୍ୟା ମନ୍ଦିର, ଜଗଦା, ବଣାଇ ବ୍ଲକ ର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଭାଲୁପାଣି , ଗୁରୁଣ୍ଡିଆ ବ୍ଲକ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚାନ୍ଦିପୋଷ, ସାଧୁ ସିଂ ଉଚ୍ଚ ବିଦ୍ୟାଳୟ, ତାମଡା, ଅବୋଧ କୁମାର ନୋଡାଲ ଉଚ୍ଚ ବିଦ୍ୟାଳୟ, ହେମଗିର ବ୍ଲକ ଅନ୍ତର୍ଗତ ୨ ଟି ସ୍କୁଲ ଯଥା ଡୁଡୁକା ଉଚ୍ଚ ବିଦ୍ୟାଳୟ ଓ ଟପରିଆ ଉଚ୍ଚ ବିଦ୍ୟାଳୟ, କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ପଂଚରା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗୋଏରାବାହାଲ , ଶାନ୍ତା ଦେବୀ ଉଚ୍ଚ ବିଦ୍ୟାଳୟ, କଟଙ୍ଗ , ବିଦ୍ୟାଜ୍ୟୋତି ବାଳିକା ଉଚ୍ଚ ବିଦ୍ୟାଳୟ, କହୁପାଣି , ଲାଠିକଟା ବ୍ଲକ୍ ର ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ, ଲେଫ୍ରିପଡ଼ା ବ୍ଳକର ଦୀପକ ଉଚ୍ଚ ବିଦ୍ୟାଳୟ, ଲକ୍ରାଜୋର , ଜେ.ରାଏବଗା ଉଚ୍ଚ ବିଦ୍ୟାଳୟ ଓ ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଗୁଣ୍ଡିଆଡ଼ିହି, ନୂଆଗାଁ ବ୍ଲକ ଅନ୍ତର୍ଗତ ଗଜାଧର ମାଝୀ ଉଚ୍ଚ ବିଦ୍ୟାଳୟ, ଝାରବେଡା , ମୋହନ ମୁରଲୀ ଉଚ୍ଚ ବିଦ୍ୟାଳୟ, କରାଡେଗା ଓ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟ, ରାଜଗାଙ୍ଗପୁର ବ୍ଲକ ର ଜରେଇକେଲା ଉଚ୍ଚ ବିଦ୍ୟାଳୟ ଓ ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ଜି.ଇ.ଏଲ୍. ଚର୍ଚ୍ଚ ଉଚ୍ଚ ବିଦ୍ୟାଳୟ, ସେହିପରି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୧୭ଟି ସ୍କୁଲ ରହିଛି ଏବଂ ସେଗୁଡିକ ହେଲା ଇରାକିୟା ଉର୍ଦ୍ଦୁ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁରୁ ନାନକ ଖାଲସା ଉଚ୍ଚ ବିଦ୍ୟାଳୟ, ହମୀରପୁର ଉଚ୍ଚ ବିଦ୍ୟାଳୟ, ଓ.ଏସ୍. ଏ. ପି. ଉଚ୍ଚ ବିଦ୍ୟାଳୟ, ଆର୍.ଇ. ସି. କ୍ଯାମ୍ପସ ଉଚ୍ଚ ବିଦ୍ୟାଳୟ, ରାଉରକେଲା ଉର୍ଦ୍ଦୁ ଉଚ୍ଚ ବିଦ୍ୟାଳୟ, ବିଦ୍ୟୁତ୍ କଲୋନୀ ଉଚ୍ଚ ବିଦ୍ୟାଳୟ, ଡି.ଏ. ଭି. ଉଚ୍ଚ ବିଦ୍ୟାଳୟ, ବିଶ୍ରା ରୋଡ, ଡିଭାଇନ ଲାଇଫ ଏକାଡେମୀ, ଏସ୍. ଆର୍. ଏମ୍ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୨୦, ସେଣ୍ଟ ଜୋଶେଫ ବାଳିକା ମିଶନ ଉଚ୍ଚ ବିଦ୍ୟାଳୟ, ବିର୍ସାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଛେଣ୍ଡ ହାଉସିଂ କଲୋନୀ ନୋଡାଲ ଉଚ୍ଚ ବିଦ୍ୟାଳୟ,
ଡେଭେଲପଡ଼ ଏରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ନିଉ ଏଲ୍.ଆଇ. ସି. କଲୋନୀ, ପାନପୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପୋଲିସ ଉଚ୍ଚ ବିଦ୍ୟାଳୟ I ସବଡେଗା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଜାଇସର ଓ ଶ୍ରୀକୃଷ୍ଣ ଉଚ୍ଚ ବିଦ୍ୟାଳୟ, ରାଜପୁର, ସଦର ବ୍ଲକ ଅର୍ନ୍ତଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭସ୍ମା ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଲେଡିମଙ୍ଗ , ସୁନ୍ଦରଗଡ଼ ପୌରପାଳିକା ଅନ୍ତର୍ଗତ ମୁନିସିପାଲ ଉଚ୍ଚ ବିଦ୍ୟାଳୟ ଓ ପୁଲିସ ଉଚ୍ଚ ବିଦ୍ୟାଳୟ ଏବଂ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଦନ ମୋହନ ଉଚ୍ଚ ବିଦ୍ୟାଳୟ, ସାନପତ୍ରାପାଲି ରହିଛି I


ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ,ଜିଲ୍ଲା ଯୋଜନା କମିଟି ତଥା ବିଧାୟକ ରାଉରକେଲା, ସାରଦା ପ୍ରସାଦ ନାୟକ ଯୋଗ ଦେଇ ୫- ଟି ରୂପାନ୍ତରିତ ସ୍କୁଲ ଗୁଡ଼ିକର କାର୍ଯ୍ୟ ପ୍ରଣାଳୀ ଓ ଶିକ୍ଷାଦାନ ଉପରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ Iକାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଳସରା , ଭବାନୀ ଶଙ୍କର ଭୋଇ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସୁଶ୍ରୀ କୁନ୍ତୀ ପ୍ରଧାନ, ଅଧ୍ୟକ୍ଷା, ସୁନ୍ଦରଗଡ଼ ପୌରପାଳିକା, ତନୟା ମିଶ୍ର, ଜିଲ୍ଲାପାଳ ଡା. ପରାଗ ଗଭାଲି, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଡା. ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମନୋଜ ମହାଜନ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ବଡଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ସେଠୀ, ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗଦୀଶ ମହାନନ୍ଦିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ପି. ଆର୍. ଆଇ. ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ଏବଂ ବର୍ତ୍ତମାନ ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ I
ସେହିପରି ଅନ୍ୟ ୪୮ ଟି ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସ ମାଧ୍ୟମରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ର ଲାଇଭ

   

ଟେଲିକାଷ୍ଟ ପ୍ରଦଶିର୍ତ ହୋଇଥିଲା ଏବଂ ସେଥିରେ
ପି. ଆର୍.ଆଇ.ସଭ୍ୟ ସଭ୍ୟା, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସହ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ I ଏହି ଉଦଘାଟନୀ ଉତ୍ସବରେ ମୁନିସିପାଲ ହାଇସ୍କୁଲ ର ଦଶମ ଶ୍ରେଣି ଛାତ୍ରୀ ଦିବ୍ୟକାନ୍ତି ଓରାମ୍ ନିଜ ବିଦ୍ୟାଳୟ ର ୫- ଟି ରୂପାନ୍ତରଣ ଉପରେ ଆଲୋଚନା କରିବା ସହ ୫- ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ନିଜ ବିଦ୍ୟାଳୟ ରୂପାନ୍ତରିତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ I ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ର ୬୭ ଗୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟ ରେ ୧୮୦ ସ୍କୁଲ ଏହି ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରେ ରୂପାନ୍ତରିତ ହୋଇଥିଲା I ରୂପାନ୍ତରିତ ହୋଇଥିବା ଏହି ସମସ୍ତ ବିଦ୍ୟାଳୟ ମାନଙ୍କରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ- ଲାଇବ୍ରେରୀ,ସ୍ମାର୍ଟ କ୍ଲାସରୁମ, ସ୍ମାର୍ଟ ବୋର୍ଡ, ଆକର୍ଷଣୀୟ ବେଞ୍ଚ ଡେସ୍କ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଭୟ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଵଚ୍ଛ ପରିସ୍ରାଗାର, କ୍ରୀଡ଼ା ଭିତ୍ତିଭୂମି ର ବିକାଶ ସହ ଅତ୍ୟାଧୁନିକ ଖେଳ ପଡିଆ, ବିଭିନ୍ନ କ୍ରୀଡ଼ା ସାମଗ୍ରୀ , ସାଂସ୍କୃତିକ କାର୍ଯ୍ୟକଳାପ ର ବିକାଶ ଆଦି ହୋଇଅଛି ଏବଂ ବିଦ୍ୟାଳୟ ମାନଙ୍କରେ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଅଛି ଯାହା ଛାତ୍ରଛାତ୍ରୀ ମାନଙ୍କର ସମନ୍ଵିତ ବିକାଶରେ ସହାୟକ ହୋଇପାରିବ I କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I

nis-ad
Leave A Reply

Your email address will not be published.