ରାଜ୍ୟ ସଡ଼କ ପରିବହନ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଓ ପ୍ରତିବାଦ ସଭା…

ଡିସେମ୍ବର ୫ ତାରିଖ ଦିନ ରାଜ୍ୟର ଅନେକ ସ୍ଥାନରେ ଧାରଣା ଓ ପ୍ରତିବାଦ ସଭା ପାଇଁ ଆହ୍ୱାନ…


ବ୍ରହ୍ମପୁର : ଓଡିଶା ରାଜ୍ୟ ସଡ଼କ କର୍ମଚାରୀ ମହାସଂଘ ପକ୍ଷରୁ କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ନେଇ ଡିସେମ୍ବର ୫ ତାରିଖ ଦିନ ରାଜ୍ୟର ଅନେକ ସ୍ଥାନରେ ଧାରଣା ଓ ପ୍ରତିବାଦ ସଭା ପାଇଁ ଆହ୍ୱାନ ଦିଆଯାଇଛି।କଳା ତାଲିକାଭୁକ୍ତ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି କରିବା ସହିତ ୨୦୧୮ ମସିହା ପରଠାରୁ ଆକ୍ରୋଶ ମୂଳକ ଭାବେ ଶିକାର ହୋଇଥିବା କର୍ମଚାରୀ ମାନଙ୍କ ବଦଳୀ ଓ ବହିଷ୍କାର ଆଦେଶ କୁ ପ୍ରତ୍ୟହାର କରିନେବା ସପ୍ତମ ବେତନ କମିଶନ ଆଧାରରେ କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ କରିବା। ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କର ଆଦେଶ ଅନୁଯାଇ ସମାନ କାମକୁ ସମାନ ଦରମା ପ୍ରଦାନ କରିବା। ଅବସରପ୍ରାପ୍ତ କର୍ମଚାରୀଙ୍କୁ ୭, ଦିନ ମଧ୍ୟରେ ତାଙ୍କର ଅବସର କାଳୀନ ପ୍ରାପ୍ୟ ପ୍ରଦାନ କରିବା। ଅତିରିକ୍ତ ଶାସନ ସଚିବଙ୍କ ନିକଟରେ ପ୍ରଦାନ କରାଯାଇଥିବା ପ୍ରଶାନ୍ତ କୁମାର ହୋତା, ରବୀନ୍ଦ୍ର କୁମାର ବେହେରା ଙ୍କ ବିରୁଦ୍ଧରେ ଅଭିଯୋଗ କୁ ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଆଦି ଦାବୀ ଉକ୍ତ ପ୍ରେରଣ ହୋଇଥିବା ପତ୍ରରେ ଦର୍ଶାଯାଇଛି। ସଂଘ ସାଧାରଣ ସମ୍ପାଦକ କାଳୁ ଚରଣ ଗୌଡ଼ ଏହି ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେବାକୁ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.