ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲା ଭେଜି ଗ୍ରାମ ନିକଟରେ ହୋଇଥିବା ଏନକାଉଣ୍ଟର ବିରୋଧ କରି ମାଓବାଦୀଙ୍କ ବନ୍ଦ ଡାକରା…
ମାଲକାନଗିରି : ମାଲକାନଗିରି ସୀମାନ୍ତ କୋଣ୍ଟା ଠାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ କୁ ନେଇ ମାଓବାଦୀ ସଂଗଠନ ତରଫରୁ ବନ୍ଦ ଡାକରା ଦିଆଯାଇଛି l ଆସନ୍ତା ୨୯ ତାରିଖରେ ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଗତ ୨୨ନଭେମ୍ବରରେ ଛତିଶଗଡର ସୁକମା ଜିଲ୍ଲାର ଭେଜି ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ ଗୁଳିରେ ୧୦ଜଣ ମାଓବାଦୀର ମୃତ୍ୟୁ ହୋଇଥିଲା ଏହି ଏନକାଉଣ୍ଟରର ବିରୋଧରେ ମାଓ ସଂଗଠନର ଦକ୍ଷିଣ ବସ୍ତର ଡିବିଜନାଲ କମିଟି ର ସଚିବ ଗଙ୍ଗା ଏକ ପ୍ରେସ ନୋଟ ଜାରି କରିଛନ୍ତି l ଏହି ପ୍ରେସ ନୋଟରେ ସୁକମା ଜିଲ୍ଲାର ଭେଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗାଁ ନିକଟରେ ହୋଇଥିବା ଏନକାଉଣ୍ଟର ର ବିରୋଧରେ ୨୯ନଭେମ୍ବରକୁ ବନ୍ଦ ଡାକରା ଦେବା ସହ ସୁରକ୍ଷାକର୍ମୀମାନେ ୧୦ଜଣ ମାଓବାଦୀ କୁ ଏହି ଏନକାଉଣ୍ଟର ମାରି ନାଚ କରିଥିଲେ କିନ୍ତୁ ମାଓ ସଙ୍ଗଠନ ପକ୍ଷରୁ ଏହି ପ୍ରେସ ନୋଟରେ କୁହାଯାଇଛି ସୁରକ୍ଷାକର୍ମୀ ଯେଉଁ ୧୦ଜଣ ମାଓବାଦୀଙ୍କୁ ମାରିଛନ୍ତି ସେମାନଙ୍କ ମଧ୍ୟରୁ କେବଳ ୪ଜଣଙ୍କ ପାଖରେ ବନ୍ଧୁକ ଥିଲା ବାକି ୬ଜଣ ପାଖରେ କୌଣସି ବନ୍ଧୁକ ନ ଥିଲା ତାପରେବି ସେମାନଙ୍କୁ ଧରି ସୁରକ୍ଷାକର୍ମୀ ମାନେ ହତ୍ୟା କରିଥିଲା ଏହାର ବିରୋଧରେ ମାଓବାଦୀ ସଂଗଠନ ନଭେମ୍ବର ୨୯କୁ ବନ୍ଦ ଡାକରା ଦେବା ସହ ମାନବଧିକାର ସଂଗଠନକୁ ଏହି ଏନକାଉଣ୍ଟର ସମ୍ବନ୍ଧରେ ଏକ ଉଚ୍ଚ ସ୍ତରୀୟ ଯାଞ୍ଚ କରି ଏନକାଉଣ୍ଟର ସତ୍ୟତାକୁ ସର୍ବ ସମ୍ମୁଖରେ ଆଣିବାବା ପାଇଁ ଏହି ପ୍ରେସ ନୋଟ ଜରିଆରେ ଜଣାଇଛନ୍ତି l ହିନ୍ଦୁ ଧର୍ମ,ବ୍ରାହ୍ମଣବାଦୀ,ଛତିଶଗଡ ସରକାର ଏବଂ କେନ୍ଦ୍ରସରକାରଙ୍କୁ ବିରୋଧ କରିବା ସହ ଛତିଶଗଡରେ ହେଉଥିବା ମାଓ ଦମନ ଅଭିଯାନକୁ ଏହି ପ୍ରେସ ନୋଟ ଜରିଆରେ ମାଓବାଦୀ ଙ୍କ ଦ୍ଵାରା ବିରୋଧ କରାଯାଇଛି l