ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ବାସ୍ଥ୍ୟ ଦିବସ-୨୦୨୩ ପାଳିତ

ମାଲକାନଗିରି (୭।୪) : ଆଜି ହେଉଛି ବିଶ୍ଵ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩ ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦେଇ ପ୍ରଥମେ ବିଶ୍ଵ ସ୍ୱାସ୍ଥ୍ୟ ଦିବସର ଏକ ପ୍ରଦର୍ଶନୀ କକ୍ଷ ଉଦଘାଟନ କରିଥିଲେ । ଏଥିରେ ଅଣ ସଂକ୍ରାମକ ରୋଗ ବିଭାଗ ଦ୍ବାରା ରକ୍ତ ଚାପ ଓ ମଧୁମେହ ରୋଗର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଏଡିମ୍‌ଓ ଡ. ଅନିଳ କୁମାର ମିଶ୍ର, ଡିପିଏଚ୍ଓ ଡ.ସନ୍ଧ୍ୟା ରାଣୀ ପଟ୍ଟନାୟକ, ଶିଶୁ ରୋଗ ବିଶେଷଜ୍ଞ ଡ ସନ୍ତୋଷ କୁମାର ମିଶ୍ର, ନିସ୍ତେଚକ ବିଶେଷଜ୍ଞ ଡ. ନିହାର ରଞ୍ଜନ ତ୍ରୀପାଠୀ, ଏ.ଡି.ପି.ଏଚ୍.ସି.ଓ ସତ୍ୟ ନାରାୟଣ ଦେଓ ପ୍ରମୁଖ ଯୋଗଦେଇ ଏକ ସଚେତନତା ସଭାର ଆୟୋଜନ କରି ଆଜିର ଦିବସ ଉପରେ ନିଜର ମତ ପୋଷଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହସ୍‌ପିଟାଲ ପରିଚାଳକ, ଡି.ଏନ୍.ସ୍ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏଶେଷରେ.ଏନ୍.ଏମ ଛାତ୍ରୀଙ୍କ ଦ୍ବାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଆଜିର ଦିବସ ବିଷୟରେ ଲୋକଙ୍କୁ ସଚେତନ କରଯାଇଥିଲା ।

nis-ad
Leave A Reply

Your email address will not be published.