ସଙ୍ଗୀତ ମାଧ୍ୟମରେ ଏଡ୍‌ସ ସଚେତନତା ସୁଦୁର ପ୍ରସାରୀ ହୋଇପାରିବ

ଫୁଲବାଣୀ : ଦେଶ ବ୍ୟାପି ଅଗଷ୍ଟ ୧୨ ତାରିଖ ଯୁବ ଦିବସ ଠାରୁ ଅକ୍ଟୋବର ମାସ୧୧ ତାରିଖ ପର୍ଯ୍ୟନ୍ତ ଏଚ୍.ଆଇ.ଭି./ ଏ.ଡ୍.ସ୍. ଏବଂ ଯୌନ ସଂକ୍ରମିତ ରୋଗ ର ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ର କାର୍ଯ୍ୟରତ ଜିଲ୍ଲା ସ୍ତରୀୟ କର୍ମକର୍ତା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ ଏଥିରେ ସାମିଲ ହୋଇ ସମାଜର ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ବର୍ଗର ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲା ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ତଥା ସ୍ୱାତୀ ଅନୁଷ୍ଟାନ ଏବଂ ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା-୨ ର ପରାମର୍ଶ ଦାତା ଗୋବିନ୍ଦଚନ୍ଦ୍ର ଜେନା ଙ୍କ ବିଶେଷ ସହଯୋଗ ରେ ଜିଲ୍ଲା ର ଏ.ଡ୍.ସ୍. ସୁପରଭାଇଜର ତଥା ବରିଷ୍ଠ ପରାମର୍ଶ ଦାତା ଦେବାଶିଶ ମିଶ୍ର ନିଜଶ୍ୱ ରଚନା ଓ କଣ୍ଠଦାନ ରେ ଏକ ସଚେତନତା ଧର୍ମୀ ଗୀତ ୨୦.୦୯.୨୦୨୪ ତାରିଖ ରେ ଭୂବନେଶ୍ୱର ପ୍ରଶାର ଭାରତୀ କେନ୍ଦ୍ର ଠାରେ ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି ର ପ୍ରକଳ୍ପ ନିଦେଶର୍କ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ଏହି ଗୀତ ମାଧ୍ୟମରେ ଜନସାଧାରଣ ଙ୍କୁ ଏଚ୍.ଆଇ.ଭି ଭୂତାଣୁ ଓ ଯୌନ ରୋଗ ସଂକ୍ରମଣ ର ମାଧ୍ୟମ, ନିରାକରଣ ଓ ସଂକ୍ରମିତ ବ୍ୟକ୍ତି ଙ୍କ ଚିକିତ୍ସା ବିଷୟ ରେ ସୂଚନା ଦିଆଯାଇଥିବା ବେଳେ ଉଦ୍ଘାଟନ ସମୟରେ ଏହା ରାଜ୍ୟବ୍ୟାପି ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିିବ ବୋଲି ରାଜ୍ୟ ଲକ୍ଷ୍ୟଭେଦୀ ପ୍ରକଳ୍ପ ଅତିରିକ୍ତ ନିର୍ଦେଶକ ପ୍ରବୋଧ କୁମାର ସିଆ କହିଥିଲେ । “ଜୀବନ ଗିତୀ”ଶିର୍ଷକ ଏହି ଗୀତ ରଚନା ଓ କଣ୍ଠଦାନ କରି ଶ୍ରୀ ମିଶ୍ର ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂଶୀତ ହୋଇଥିବା କଥା ଲକ୍ଷଭେଦୀ ପ୍ରକଳ୍ପ ର ସଂଯୋଜକ ବିଶ୍ୱରଞନ କର ସୂଚନା ଦେଇଛନ୍ତି । ଏଥିସହ ଆଗାମି ଦିନ ମାନଙ୍କ ରେ ଏହି ସଚେତନତା କୁ ଆହୁରି ଳୋକାଭିମୁଖି କରିବାକୁ ସ୍ୱତନ୍ତ୍ର ଭାବେ କିଛି କାର୍ଯକ୍ରମ ଆୟୋଜନ କରୁଥିବା କଥା ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.