ତିନି ଦିନିଆ ବିକାଶ ମେଳା ଉଦଯାପିତ : ଶେଷ ଦିନରେ ଗୀତ ନାଚରେ ଝୁମିଲେ ଦର୍ଶକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରେ ତିନି ଦିନ ଧରି ଚାଲିଥିବା ବିକାଶ ମେଳା ଆଜି ଉଦଯାପିତ ହୋଇଯାଇଅଛି। ଶେଷ ଦିନ ରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ତିନି ଦିନ ଧରି ଚାଲିଥିବା ବିକାଶ ମେଳା ଆଜି ଉଦଯାପିତ ହୋଇଯାଇଅଛି। ତିନି ଦିନ ଧରି ବିଭିନ୍ନ ବିଭାଗ ଦ୍ଵାରା ସୂଚନା ଶିକ୍ଷା ସଂଚାର (IEC) ମାଧ୍ୟମରେ ନିଜ ନିଜ ବିଭାଗ ର ଜନ କଲ୍ୟାଣକାରୀ ଯୋଜନା ଗୁଡିକ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ର ବିକ୍ରି ମଧ୍ୟ ହୋଇଥିଲା। ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜିର ଏହି ଉଦଯାପନୀ ଉତ୍ସବ ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ ଏହି ତିନି ଦିନିଆ ବିକାଶ ମେଳା ର ସଫଳ ଆୟୋଜନ ନିମନ୍ତେ ସମସ୍ତ ବିଭାଗ କୁ ସାଧୁବାଦ୍ ଜଣାଇବା ସହିତ ଜିଲ୍ଲାବାସୀ ଙ୍କର ମଧ୍ୟ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷ ରୁ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନାରାୟଣ ପଟେଲ, ପି. ଏ, ଆଇ ଟି ଡି ଏ ଶ୍ରୀ ଧୀରେନ୍ଦ୍ର ସେଠୀ, ଓରମାସ ର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କେଶବ ଝା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ପ୍ରଧାନ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ସହାୟକ ନିର୍ଦ୍ଦେଶକ, ପ୍ଲାନିଁ ଶ୍ରୀ ପ୍ରଦୀପ ତିର୍କି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ତଥା ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ବିକାଶ ମେଳା ରେ ଅଂଶଗ୍ରହଣ କରିଥିବା ସମସ୍ତ ବିଭାଗ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷ ସାଂସ୍କୃତିକ ସନ୍ଧ୍ୟାରେ ସୁଦର୍ଶନ ତାଜନଙ୍କ ଲୋକ କଳା ନୃତ୍ୟ ରିସର୍ଚ୍ଚ କେନ୍ଦ୍ର ଏବଂ ଭଗବାନ୍ ସା ଙ୍କ ମା ମାଣିକେଶ୍ଵରୀ ଦଳ ଦ୍ଵାରା ପାଲା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଜନସଚେତନତା ସୃଷ୍ଟି କରେଇଥିଲେ ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ଲହୁଣୀପଡ଼ା ର ଛାତ୍ରୀ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ ବରଗଡ଼ ର କଳାଯିବୀ ଅନୁଷ୍ଠାନ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଖଟେଇ ଏବଂ ଦଳ ଙ୍କ କାର୍ଯ୍ୟକ୍ରମ ରେ ଦର୍ଶକ ଝୁମିଥିଲେ |

ବିକାଶ ମେଳା ରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଓରମାସ, ମିଶନ ଶକ୍ତି, ଏସ.ଏସ.ପି. ଡି. ବିଭାଗ, କୃଷି , ଉଦ୍ୟାନ କୃଷି, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଯୋଜନା ଓ ସଂଯୋଜନ ବିଭାଗ, ପର୍ଯ୍ୟଟନ ବିଭାଗ, ବୟନ ଓ ହସ୍ତତନ୍ତ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ , ଏମ ଏସ ଏମ ଇ, ଶିକ୍ଷା ବିଭାଗ, ଡି ଏମ ଏଫ୍ ଓ ଓମ୍ବାଡସି ଆଦି ବିଭାଗ ପକ୍ଷରୁ ପକ୍ଷରୁ ବିକାଶ ମେଳା ରେ ସୂଚନା ଶିକ୍ଷା ସଂଚାର ଷ୍ଟଲ ଗୁଡ଼ିକ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଶେଷ ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.