ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ଓକିଲ ଆହତ


ଭଞ୍ଜନଗର /ବୁଗୁଡ଼ା,:ବୁଗୁଡା ଥାନା ଅଞ୍ଚଳ ଅନ୍ତର୍ଗତ ମୋଟାବାଡି ରାସ୍ତାରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଓକିଲ ଆଶିଷ ରାଉତ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ସକାଳେ ଆଶିଷ ତାଙ୍କ ସ୍ତ୍ରୀଙ୍କୁ ନାଗିରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଛାଡି ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲୁହା ରଡରେ ଆକ୍ରମଣ କରିବା ସହ ମୋବାଇଲ୍, ପର୍ସ ଓ ବାଇକ୍ ଡିକିରେ ଥିବା ଦରକାରୀ କାଗଜପତ୍ର ଲୁଟି ବାଇକରେ ଦ୍ରୁତ ଗତିରେ ଚାଲି ଯାଇଥିଲେ ।ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗିଥିବା ସହ ଅଣ୍ଟାରେ ପ୍ରବଣ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଆଶିଷଙ୍କ ଓକିଲ ବନ୍ଧୁମାନେ ଏବଂ ପୋଲିସ ମେଡିକାଲରେ ପହଞ୍ଚି ଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ସୁଦ୍ଧା ପୋଲିସ ଏହି ଚର୍ଚ୍ଚିତ ଘଟଣା ଉପରେ ନଜର ରଖିଥିବା ଜଣାଯାଇଛି।

nis-ad
Leave A Reply

Your email address will not be published.