ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ସହାୟକ ଉପକରଣ ବଂଟନ

ଛତ୍ରପୁର : ସ୍ୱତନ୍ତ୍ର ସହାୟକ ଉପକରଣ ଆବଶ୍ୟକ ଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ସମଗ୍ର ଶିକ୍ଷା ଗଞ୍ଜାମ ତରଫରୁ ସହାୟକ ଉପକରଣ ବଂଟନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୮ ତାରିଖରେ ବ୍ରହ୍ମପୁର ସ୍ଥିତ କ୍ୱିନ୍ ମିସନ୍ ହାଇସ୍କୁଲ, ୧୯ ତାରିଖରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଭଞ୍ଜନଗର, ୨୦ ତାରିଖରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପ୍ଥଙ୍ଖ ଓ ୨୧ ତାରିଖ ଅର୍ଥାତ୍ ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋô ୧୮୫ ଜଣ ମସ୍ତିଷ୍କ ପକ୍ଷାଘାତ ଓ ଚଳନ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ କାଲିପର୍ ଯୋତା ଓ ୫୩୦ ଜଣ ଶବଚ୍ଚ ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଭାରତ ସରକାରଙ୍କଅଧୀନ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ସଂସ୍ଥା ଭୁବନେଶ୍ୱର ଅଡିଓ ଲୋଜିଷ୍ଟ ଡା.ଦୀପକ କୁମାର ଜେନା ଓ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ବିଶେଷଜ୍ଞ ରାଜେଶ କୁମାର ନନ୍ଦ ଓ ତାଙ୍କର ସହଯୋଗୀ ଉପସ୍ଥିତ ରହି ଉପକରଣ ପ୍ରସ୍ତୁତିରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧୀଶ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମିତା ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ, ଅଶ୍ୱିନୀ କୁମାର ପାଇକରାୟ, ପ୍ରଣବ କୁମାର ଶତପଥୀ, ବିଜୟ କୁମାର ବେହେରା, ଅଜୟ କୁମାର ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ କୁକୁଡାଖଣ୍ଡି ବ୍ଲକର ସମ୍ବଳ ଶିକ୍ଷକ ଏମ୍‌.ଡମ୍ବୁରୁ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.