ରାଜ୍ୟର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଫଳକ ବାଧ୍ୟତାମୂଳକ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର : ରାଜ୍ୟ ସରକାର ଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ରେ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ।ଅଧିନିୟମ୧୯୫୬ରେ ସରକାର ଆବଶ୍ୟକୀୟ ସଂଶୋଧନ କରିଛନ୍ତି।ଏଯାବତ ରାଜ୍ୟରେ ରହିଥିବା ୫୨ ହଜାର ପଞ୍ଜିକୃତ ପ୍ରତିଷ୍ଠାନ ମଧ୍ୟରୁ ୪୭ ହଜାର ଦୋକାନରେ ଓଡ଼ିଆ ଭାଷା ରେ ନାମ ଫଳକ ରହିଛି।ତେଣୁ ଅନ୍ୟ ସମସ୍ତ ଦୋକାନ ରେ ଓଡ଼ିଆ ନାମ ଫଳକ ଶୀଘ୍ର ଲେଖିବାକୁ କୁହାଯାଇଛି।ଏହି ନିୟମ କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜରିହୋଇଛି।ଯେଉଁ ପ୍ରତିଷ୍ଠାନ ଏହି ନିୟମ ଖିଲାପ କରିବେ ସେମାନଙ୍କୁ ସାତ ଦିନିଆ ନୋଟିସ ଜାରି ହେବ, ଏହା ପରେ ଯଦି ଅଧିନିୟମ କୁ ପାଳନ ନ ହେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।ପ୍ରଥମ ଥର ଖିଲାପ କାରୀଙ୍କୁ ୫ ହଜାର ଏବଂ ଦ୍ୱିତୀୟ ଥର ଖିଲାପ କଲେ ୨୫ ହଜାର ତଣ୍ଡ ଗଣିବାକୁ ପଡିବଏବଂ ଲାଇସେନ୍ସ ମଧ୍ୟ ରଦ୍ଧ କରାଯିବ ବୋଲି ରାଜ୍ୟ ପକ୍ଷରୁ ବିଜ୍ଞାପ୍ତି ଜାରି ହୋଇଛି।ଚଳିତ ମାସରୁ ଅଧିନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋୖରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ କଡାକଡି ଭାବେ ନିରୀକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଛି।ତେବେ ସରକାର ଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ ଜଣାଯାଇଛି।କିନ୍ତୁ ଓଡ଼ିଆ ଭାଷାର ଯେଉଁ ଭଳି ବିକୃତି ନ ଘଟିବ ଏବଂ ବ୍ୟକରଣ ସୁଧାତା ରହିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧି ଜୀବୀ ମାନେ ମତପ୍ରକାଶ କରିଛନ୍ତି। ତେବେ କିଛି ସରକାରୀ ଓ ଘରେଇ ଅନୁଷ୍ଠାନ ମଧ୍ୟ ଏଯାବତ ଓଡ଼ିଆରେ ନାମ ଫଳକ ରହିନାହିଁ।ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

nis-ad
Leave A Reply

Your email address will not be published.