ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୦୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ପାଳିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୦୮ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି । ପୂର୍ଵ ନିର୍ଧାରିତ ସୂଚୀ ଅନୁଯାୟୀ ସକାଳ ୫ଟା ୧୫ ରୁ ୬ଟା ୧୫ ଓଁକାର ଉଚ୍ଚାରଣ କରିବା ପରେ ଶ୍ରୀ ଜୟ ଗଣେଶ କୀର୍ତ୍ତନ, ଶାନ୍ତି ପାଠ, ପ୍ରାତଃ ସ୍ମରଣ ମନ୍ତ୍ର ସହିତ ଜପ ଓ ଧ୍ୟାନ କରାଯାଇଥିଲା । ଏହା ପରେ ୧୦୮ ପ୍ରଦୀପ ପ୍ରଜ୍ବଳନ କରିବା ପରେ ମହାମନ୍ତ୍ର କୀର୍ତ୍ତନ ସହିତ ପ୍ରଭାତ ଫେରି କରାଯାଇଥିଲା । ଶ୍ରୀ ଗୁରୁଦେବଙ୍କ ପାଦୁକା ପୂଜା ଓ ସହସ୍ର ଅର୍ଚ୍ଚନା ପରେ ଆଳତି ଓ ପୁଷ୍ପାଞ୍ଜଳି କରାଯାଇଥିଲା । ପୁନର୍ବାର ୧୦ଟା ୩୦ ରେ ବିଶ୍ୱ ଶାନ୍ତି ନିମନ୍ତେ ଘୃତ ଯଜ୍ଞ ଓ ମହାମନ୍ତ୍ର କୀର୍ତ୍ତନ କରା ଯାଇଛି । ଏହା ପରେ ସତସଙ୍ଗ, ଗୀତା ପାରାୟଣ ଓ ପାଠ, ଗୁରୁ ଦେବଙ୍କ ଜୀବନୀ ଦର୍ଶନ ସ୍ୱାଧ୍ୟାୟ, ଭଜନ, କୀର୍ତ୍ତନ, ଆରତୀ, ପୁଷ୍ପାଞ୍ଜଳି କରି ପୂଜା ସମାପନ କରାଯାଇଥିଲା । ଏହା ପରେ ସର୍ବସାଧାରଣ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସଂଧ୍ୟା ସମୟରେ ସତସଙ୍ଗ ଓ ଭଜନ ସମାରୋହ କରାଯାଇଥିଲା । ସଙ୍ଘର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ବେହେରା, ରବୀନ୍ଦ୍ର ରଥ, ତ୍ରିଲୋଚନ ରଥ, ବିଜୟ ପଣ୍ଡା, ମଦନ ଦାସ, ଶଙ୍କର ଦାସ, ସୁରେନ୍ଦ୍ର ବିଷୋୟୀ, ରାଜେନ୍ଦ୍ର ସିଆ ପ୍ରମୁଖ ଙ୍କ ସମେତ ସଙ୍ଘର ସମସ୍ତ ମହିଳା ସଦସ୍ୟ ଓ ଯୁବ ଭାଇ ମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଛି ।

nis-ad
Leave A Reply

Your email address will not be published.