ବ୍ରହ୍ମପୁର : ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ଠାରେ ବିଜେଡି ର ଯୁବଛାତ୍ର ସମ୍ମିଳନୀ ତଥା ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ସଦସ୍ୟତା ଅଭିଯାନର ଆବାହକ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ । ବିଜେଡ଼ିର ଛାତ୍ର ଓ ଯୁବ କର୍ମୀ ମାନେ କିଭଳି ଅଧିକରୁ ଅଧିକ ସଦସ୍ୟଙ୍କୁ ଦଳରେ ଯୋଡ଼ି ପାରିବେ ସେ ନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । କିଭଳି ଡିଜିଟାଲ ମାଧ୍ୟମରେ ସଦସ୍ୟତା ଅଭିଯାନ କରାଯିବ ସେ ନେଇ ପ୍ରାକ୍ଟିକାଲ ଭାବେ ଉପସ୍ଥିତ ବିଜେଡ଼ି କର୍ମୀଙ୍କୁ ଦେଖାଯାଇଥିଲା । ଯାହାକୁ ଦେଖି ଅନେକ ବିଜେଡ଼ି କର୍ମୀ ମାନେ କର୍ମଶାଳାରେ ହିଁ ସଦସ୍ୟତା ଅଭିଯାନ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ । ସାଧାରଣ ନିର୍ବାଚନ ପରେ ବିଜେଡ଼ି ଶୁପ୍ତ ଅବସ୍ଥାକୁ ଚାଲି ଆସିଛି ତେଣୁ ଆଗକୁ କିଭଳି ପୁଣି ସକ୍ରିୟ ଓ ଶକ୍ତ ହେବ ଦଳ ଏହାକୁ ନେଇ ଆଲୋଚନା କରାଯାଇଛି, ଯଦି ଯୁବ ଓ ଛାତ୍ର ମାନେ ଏକାଠି ହୋଇ କାମ କରିବେ ଓ ସଦସ୍ୟତା ଅଭିଯାନକୁ ଆଗକୁ ବଢାଇବେ ତେବେ ପୂର୍ବ ଭଳି ଦଳ ଆହୁରି ସଙ୍ଗଠିତ ହେବ । ତେଣୁ ପୂର୍ବ ନିର୍ବାଚନ ଫଳାଫଳକୁ ନ ଭାବି ସମସ୍ତେ ଏକ ମନରେ ଦଳ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ଅମାତ । ଆଜିର ଏହି କର୍ମଶାଳାରେ ଗଞ୍ଜାମ, ଗଜପତି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ବହୁ ଯୁବ ଓ ଛାତ୍ର ବିଜେଡ଼ିର ଶହ ଶହ କର୍ମୀ ମାନେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ku ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡାଙ୍କ ସଂଯୋଜନା କରିଥିବା ବେଳେ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ଅମାତଙ୍କ ସହ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ, ବରିଷ୍ଠ ବିଜେଡି ନେତା ପୃଥ୍ୱୀବରାଜ ସାହୁ, ସୁବାଷ ମହାରଣା, ଲତିକା ପ୍ରଧାନ, ଶ୍ରୀକାନ୍ତ ସାହୁ, ପ୍ରତ୍ୟୁଷା ଦେବୀ, ସୂର୍ଯ୍ୟମଣି ବୈଦ୍ୟ ଏବଂ ବୌଦ୍ଧ, ଗଜପତି, କନ୍ଧମାଳ ଜିଲ୍ଲାର ଅନେକ କର୍ମୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post