ବରିଷ୍ଠ ନାଗରିକଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ଦାବୀ

ବ୍ରହ୍ମପୁର : ବରିଷ୍ଠ ନାଗରିକ ଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗେଇ ଦେବା ଦାବୀ ରେ ଆଜି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ୫ ଦଫା ଦାବି ରେ ଆଗାମୀ ଏପ୍ରିଲ୨୫ ତାରିଖରେ ଡିଆରଏମ କାର୍ଯ୍ୟଳୟ ଘେରିବ ବରିଷ୍ଠ ନାଗରିକ ମଞ୍ଚ । ମଞ୍ଚ ସଭାପତି ତ୍ରିନାଥ ମହାରଣା ଙ୍କ ନେତୃତ୍ୱରେ ଆଜି ବହୁ ସଦସ୍ୟ ଯୋଗଦେଇ ଦାବି ଉପସ୍ଥାପନ କରିଥିଲେ।

ବ୍ରହ୍ମପୁର ରୁ ପୁରୀ ସିଧାସଳଖ ଟ୍ରେନ ଚଳାଚଳ କରିବା, ଟ୍ରେନ ଯାତ୍ର ସମୟରେ ବରିଷ୍ଠ ନାଗରିକଙ୍କୁ ୪୦ରୁ୫୦ପ୍ରତିଶତ ରିହାତି ଯୋଗେଇ ଦେବା, ଷ୍ଟେସନ ସମ୍ମୁଖରେ ଗ୍ରୀନ ଶେଡ଼ ନିର୍ମାଣ କରିବା, ମେମୋ ଟ୍ରେନ ର ନାମ ସ୍ୱତନ୍ତ୍ର ଏକ୍ସପ୍ରେସ କରିବା ଆଦି ଦାବିରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।ଯଦି ଦାବି ପୂରଣ ଦିଗରେ ରେଳବାଇ କର୍ତ୍ତୃପକ୍ଷ କିଛି ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ୨୫ ତାରିଖରେ ଡିଆର ଏମ କାର୍ଯ୍ୟଳୟ ଘେରା ଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

nis-ad
Leave A Reply

Your email address will not be published.