ଉମରକୋଟର ପ୍ରସିଦ୍ଧ ମାଁ ଠାକୁରାଣୀ ଯାତ୍ରା ମହା ଧୁମଧାମରେ ଆଜିଠାରୁ ଆରମ୍ଭ…

,
ଉମରକୋଟ : ଉମରକୋଟ ସହରରେ ପ୍ରତ୍ୟକ ବର୍ଷ ଚୈତ୍ର ମାସରେ ମହା ଧୁମ ଧାମରେ ଶ୍ରୀ ଶ୍ରୀ ମାଁ ଜଗତ ଜନନୀ ଠାକୁରାଣୀ ଯାତ୍ରା ଦୀର୍ଘ ନଅ ଦିନ ଧରି ପାଳନ କରାଯାଉଥିଲା | କିନ୍ତୁ ବିଗତ ୨ ବର୍ଷ ମହାମାରୀ କରୋନା କାରଣରୁ ଏହି ଉତ୍ସବଟି ବନ୍ଦ ଥିଲା | ଏବର୍ଷ କଟକଣା ନ ଥିବାରୁ ଉମରକୋଟ ସହରରେ ବିଶାଳ ସମା ରହରେ ପାଳନ କରାଯାଉଅଛି ମାଁ ଠାକୁରାଣୀ ଯାତ୍ର |

ଆଜି ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମରେ ବିଭିନ୍ନ ସାଜସଜ୍ଜା ଓ ବାଦ୍ୟ ବାଜଣା ସହ ମାଁ ଠାକୁରାଣୀଙ୍କୁ ଝରୀଗାଁ ରୋଡ଼ ସ୍ଥିତ ମନ୍ଦିରଠୁ ପାଛୋଟୀ ଅଣାଯାଇଛି | ଆଜିଠୁ ଉମରକୋଟ ସହର ଠାରୁ ସମସ୍ତ ପଲ୍ଲୀ ଗ୍ରାମରେ ଖେଳି ଯାଇଅଛି ଆନନ୍ଦର ଲହରୀ | ଉମରକୋଟ, ରାଇଘର ଅଞ୍ଚଳର ବିଭିନ୍ନ ବେଙ୍ଗଲୀ ଗ୍ରାମରେ ଆରମ୍ଭ ହେଇଅଛି ମାଁ ଦୁର୍ଗାଙ୍କ ବାସନ୍ତୀ ପୂଜା | ବିଭିନ୍ନ ପଡ଼ୋଶୀ ରାଜ୍ୟରୁ ଝୁଲଣା ଓ ମିନିବଜାର ଆସି ବସିଛନ୍ତି | ଉମରକୋଟ ଅଞ୍ଚଳର ସମସ୍ତ ଲୋକଙ୍କ ମନରେ ଖେଳି ଯାଇଅଛି ଆନନ୍ଦର ଲହରୀ |

nis-ad
Leave A Reply

Your email address will not be published.