5T ସ୍କୁଲ ରେ ନୂଆ ନଜାରା ପାଠ ପଢାଇବା ଛାଡି ପିଲାଙ୍କୁ କାମ କରାଇଲେ ପ୍ରଧାନ ଶିକ୍ଷକ

ଏହା 5T ନାମରେ କଳଙ୍କ ନୁହେଁକି…??

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାଦ୍ରିନାଗର 5T ଉଚ୍ଚ ବିଦ୍ୟାଳୟ ରେ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ 5T ର ପ୍ରକୃତ ଅର୍ଥ କୁ ବୁଝି 5T ର ଗୋଟିଏ T ଅର୍ଥାତ Teamwork ର ମୂଲ୍ୟବୋଧକୁ ଭୁଲି ଛାତ୍ରଙ୍କୁ କାମରେ ଲଗାଛନ୍ତି ଶିକ୍ଷକ ପାଠ ପଢା ସମୟରେ ପିଲାଙ୍କୁ କାମରେ ଲଗାଇଛନ୍ତି ଶିକ୍ଷକ । ହାତରେ ଝାଡୁ ଓ ପାଣି ମଗ ଧରି ବିଦ୍ୟାଳୟ ର ଗେଟ ସଫା କରାଇଲେ ଆଉ ତାହା ପୁଣି ପିଅନ ଙ୍କ ଉପସ୍ଥିତି ରେ । ଶିକ୍ଷା ବଦଳରେ ଶ୍ରମିକଙ୍କ ଭଳି ଛାତ୍ର ମାନେ କାମ କରୁଛନ୍ତି ଆଉ ପ୍ରଧାନ ଶିକ୍ଷକ ଏବଂ ପିଅନ ଛାତ୍ରଙ୍କୁ ଆଦେଶ ଦେଉଛନ୍ତି ଆଉ ଛାତ୍ର ମାନେ ମଧ୍ୟ ଶିକ୍ଷକ ଙ୍କ ଭୟରେ ଗେଟ ଉପରେ ଚଢ଼ି ସଫା କରିବାରେ ଲାଗିପଡିଛନ୍ତି । ଏହିଭଳି କୋମଳ ମୋତି ଛାତ୍ରଙ୍କ କାର୍ଯ୍ୟ କୁ ଦେଖି ବୁଦ୍ଧିଜୀବୀ ମହଲରେ 5T କୁ ନେଇ ପ୍ରଶ୍ନ ଉଠିଛି । ଆଉ କେତେ ପରିବର୍ତ୍ତନ ହେଲେ ଶିକ୍ଷାର ବିକାଶ ତଥା ଛାତ୍ର ଭବିଷ୍ୟତ ବିକଶିତ ହେବ ତାହା ଆଗକୁ ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.