ମାଓବାଦୀକୁ ବିସ୍ଫୋରକ ପଦାର୍ଥ ଯୋଗାଣ କରି ଦୁଇ ଗିରଫ…

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ସଦରରୁ ଦୁଇ ଜଣକୁ ଘେରାବନ୍ଦୀ କରି ଏକ ଘରୁ ବିସ୍ଫୋରକ ସହ ଗିରଫ କରିବାରେ ସଫଳ ହୋଇଛନ୍ତି l ସୁକମା ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ମନ୍ତୋଷ ମଣ୍ଡଳ(28)ବର୍ଷ ସୁକମା ଜିଲ୍ଲା ଚିନ୍ତଲନାର ଥାନା ବାସିନ୍ଦା ଏବଂ ଏସ ନାଗାର୍ଜୁନ(30)ବର୍ଷ ଆନ୍ଦ୍ରପ୍ରଦେଶ ର ରାଜମେହନ୍ଦ୍ରି ମେଣ୍ଡାମେଟା ବାସିନ୍ଦା ଏହି ଦୁଇଜଣ ମାଓ ସଂଗଠନ ପାଇଁ ଜିଲ୍ଲା ସଦର ରହି ମାଓ ସଂଗଠନର ପ୍ରଚାର ପ୍ରସାର କରିବା ସହ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଣ କରୁଥିଲେ l ସୁକମା ପୁଲିସ ଟେକ୍ନିକାଲ ଦଳ ଏବଂ ମାଓ ଆସୂଚନା ଶାଖାର ସହଯୋଗରେ ଏହି ପିଏଲଜିଏ ମାଓବାଦୀ ସଂଗଠନର ସହରୀ ନେଟୱର୍କକୁ ସମ୍ପୂର୍ଣ ରୂପେ ଧ୍ୱସ୍ତ କରିବାରେ ସଫଳତା ହୋଇଛି ସୁକମା ପୁଲିସ l ସୁକମା ସଦରରେ ଥିବା ପାଟନମପାରା ଅଂଚଳର ଏକ ଘରୁ ଏହି ଦୁଇଜଣଙ୍କ ନିକଟରୁ 2 କିଲୋ ୟୁରିଆ ପାଉଡର , 2 ଡବା ପୋଟାସିୟମ ନାଇଟ୍ରେଟ୍ , ତିନି ଡବା ଆଲୁମିନିୟମ ପାଉଡର , ପାଞ୍ଚ ପ୍ୟାକେଟ ପ୍ୟାକିଂ ରାପର , ଗୋଟିଏ ଟିଫିନ ବୋମା , ଦୁଇଟି ଡିଟୋନେଟର , ମାଓବାଦୀ ସାହିତ୍ୟ, ୱାକିଟକି, ଦୁଇଟା ମୋବାଇଲ, ସିମ ପୁଲିସ ଜବତ କରି ଏମାନଂକୁ ଗିରଫ କରିଥିଲେ ପରେ କୋର୍ଟରେ ହାଜର ପରେ ଦୁଇ ଜଣକୁ ଜେଲକୁ ପଠାଯାଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.