ବେହେଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଉମରକୋଟ / ବେହେଡ଼ା : ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l
ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁସିକ୍ତl ମିଶ୍ର, ମୁଖ୍ୟ ବକ୍ତା ଭାବେ ଶ୍ରୀ ବଲ୍ଲଭ ରାଉତ, ପ୍ରାକ୍ତନ ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ,,ସଭାପତି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ,ସମ୍ମାନିତ ବକ୍ତା ଯୁବ ବୈଜ୍ଞାନିକ ଶ୍ରୀ ରବିରଞ୍ଜନ ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବାଗ, ଡି.ଏ. ଭି. ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ କାର୍ତ୍ତିକ ମଲ୍ଲିକ, ରାଇମିଙ୍ଗ ବାର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିର୍ଦ୍ଦେଶକ କାମାକ୍ଷା ପ୍ରସାଦ ଶତପଥୀ,ବେହେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ, ଶିକ୍ଷକ ଟୁଟୁବାବୁ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l l
ସ୍ୱାଗତ ଭାଷଣ ପ୍ରଦାନ ବିଷ୍ଣୁ ପ୍ରସାଦ ସାହୁ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ଓ ଶ୍ରୀ ବିରଞ୍ଚି ସୁନାନୀ l
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀଙ୍କୁ ଶୃଙ୍ଖଳା ଓ ଗୁରୁଜନଙ୍କୁ ସମ୍ମାନ ଦେବା ବିଷୟରେ କହିଥିବାବେଳେ ମୁଖ୍ୟ ବକ୍ତା ସୁରଭିର ଉପଯୋଗିତା ଓ ଓଡିଶାର ଲୋକକଳା ବିଷୟରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଚଉଦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ” ଶିକ୍ଷା ରତ୍ନ ସମ୍ମାନ..2024 ରେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ସିଲଡ଼ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ତତ୍ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା lଫନିନ୍ଦ୍ର ଗାଇନ,ବିମଲ ବାରୋଇ, ହର୍ଷିତ ମାଲାକାର,ନିମାଇଁ ବିଶ୍ୱାସ ଯଶୋବନ୍ତ ଦେ, ସପନ ସରକାର, ନିଳକଣ୍ଠ ଚମ୍ପତି , ଅକ୍ଷୟ କୁମାର ସେଠୀ, ରତ୍ନାକର ଦାଶ, ପ୍ରଦୀପ ସାମଲ ,ରମେଶ ଗୌଡ଼, ସନ୍ତୋଷ ଜେନା, , ରମେଶ ଓଝା, ବିଶ୍ୱଜିତ ପଟ୍ଟନାୟକ,, ପଦ୍ମାବତୀ ପରଜା, ସୂଚିତ୍ରା ସାହୁ, ଘନେଶ୍ଵରୀ ସାଙ୍ଗନା,ମୀନାରାଣୀ ସିପକା,କମଳୁ ଗଣ୍ଡ,ରାମେଶ୍ୱର ନାୟକ,ଦେବାଂଶୁ ଜେନା, ପ୍ରଭୁପାଦ ଲେଙ୍କା, ସବିତା ଭତ୍ରା, ବୈକୁଣ୍ଠ ସେନାପତି, ସଂଗୀତା ବିଶ୍ୱାସ, ନିରଞ୍ଜନ ସର୍ଦ୍ଦାର, ରଜତ ସାହୁ,ଅନ୍ଧାରୁ ଗଣ୍ଡ, ରତିରାମ ପୂଜାରୀ, ସ୍ଵର୍ଣ୍ଣଲତା ପାଲ, ମନୀଷ ବାରିକ, ମୂରଲୀଧର ଭତ୍ରା,ନିର୍ମଳ ଗାନ୍ଧୀ,ସୁରେଶ ଚନ୍ଦ୍ର ପଣ୍ଡା,ବିରଞ୍ଚି ସୁନାନୀ,ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ l ପରିଶେଷରେ ଶ୍ରୀ ସଞ୍ଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.