୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ମନେପଡ଼ିବା ଦୁର୍ଭାଗ୍ୟଜନକ: ବିଜେପି

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରାଥମିକ ନିର୍ବାଚନ ପ୍ରଚାର କରିଛନ୍ତି । ୨୪ ବର୍ଷ ପରେ ଉପେକ୍ଷିତ ଗଞ୍ଜାମକୁ ଏକ ନମ୍ବର କରିବାକୁ ସପନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ରାଜନୀତି ଆରମ୍ଭ କରି ଏଠାରୁ ପ୍ରତିନିଧିତ୍ଵ କରିଆସୁଛନ୍ତି । ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ମନେ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି ।
ବିଜେପି ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟର ସବୁଠୁ ପଛୁଆ ଓ ଅନୁନ୍ନତ ଜିଲ୍ଲା ଗଞ୍ଜାମ । ଏଠାରେ ବିକାଶ ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ । ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ ହୋଇଛି । ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଲୋକ ଗାଁ ଛାଡି ଜିଲ୍ଲା ବାହାରେ ଜୀବିକା ନିର୍ବାହ କରୁଛନ୍ତି l ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଜିଲ୍ଳାରେ ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି । ଇଞ୍ଚେ ଅଧିକ ଜମିକୁ ଜଳସେଚନ ହୋଇନି । ୨୦୦୦ ସାଲରେ ୩୦ ପ୍ରତିଶତ ଆଜି ମଧ୍ୟ ସେତିକି ଜମି ଜଳସେଚିତ l ଗଞ୍ଜାମ ଜିଲ୍ଲାର ବଡ଼ମେଡିକାଲ ସମେତ ୧୩୩ ମେଡ଼ିକାଲରେ ୬୭୭ ଡାକ୍ତର ମଧ୍ୟ୍ୟରୁ ୪୧୬ ଜଣ ଡାକ୍ତର ନାହାନ୍ତି l ଗଞ୍ଜାମ ଜିଲ୍ଳାର ହାଇସ୍କୁଲରେ ଅଧାରୁ ଅଧିକ ଶିକ୍ଷକ ନାହାନ୍ତି l କେବଳ ବିଲ୍ଡିଂ ଓ କଲରରେ ୫ଟି । ବ୍ୟାପକ ହେରଫର ହୋଇଛି ଯାହାକି ତଦନ୍ତ ସାପେକ୍ଷ l
ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ପଲ୍ଲୀସଭା ଓ ଗ୍ରାମ ପଞ୍ଚାୟତ ବୈଠକରେ ଯୋଜନା ପ୍ରସ୍ତୁତ ହେଉନାହିଁ । ଲୋକଙ୍କ ଭାଗୀଦାରୀ ରହୁନାହିଁ । ଏପରିକି ପଂଚାୟତ ସମିତି ବୈଠକ ହେଉନାହିଁ ଏହି ଯୋଜନା ବିଜେଡ଼ିର ରାଜନୈତିକ ସ୍ଵାର୍ଥ ହାସଲ କରୁଛି । ମିଛ ବିଲ୍ ପ୍ରସ୍ତୁତ କରିବାରେ ଗ୍ରାମ ରୋଜଗାର ସେବକ ମାନେ ମାହିର । ପଞ୍ଚାୟତକୁ ଫାଇଲ୍ ଯାଉନି । ମନେରଗା ଯୋଜନାରେ ଆର୍ଥିକ ହେରଫେରରେ ଗଞ୍ଜାମ ନମ୍ବର ୱାନ । ଶହେ ଦିନର କାମ କାଁଭାଁ ମିଳିଛି । ଏଥର ବମ୍ପର କ୍ରପ୍ ହୋଇଛି । କିନ୍ତୁ ଉତ୍ପାଦ ଧାନ କିଣା ଯାଇନି । ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛି । ସରକାରୀ ଧାର୍ଯ୍ୟ ମୂଲ୍ୟ ମିଳୁନି । ଟୋକନ୍ ଧରି ଚାଷୀ ବସିଛି । ମଣ୍ଡି ଧାନ ନେଇନାହିଁ । ଅଭାବୀ ବିକ୍ରିରେ ନମ୍ବର ୱାନ l ଗୋପାଳପୁର ରାୟପୁର ରେଳଲାଇନ୍ ପ୍ରକଳ୍ପ ସର୍ଭେରେ ଅଟକିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନି ।
ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ଦାବୀ ହେଉଛି । କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ଜମି ଯୋଗାଇ ଦେବାକୁ କହିଛନ୍ତି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଜାଗା କେନ୍ଦ୍ର ସରକାରଙ୍କ ବେସାମାରିକ ଚଳାଚଳ ବିଭାଗକୁ ହସ୍ତାନ୍ତର ହୋଇନାହିଁ l ୨୦୦୮ରେ ରାଜ୍ୟ ସରକାର ୬ସିଟର ବିମାନ ଉଡାଇ ଗଞ୍ଜାମ ବାସୀଙ୍କୁ ଭୁଆଁ ବୁଲାଇଥିଲେ l ଏବେ ପୁଣି ଉଡ଼ାନ ଯୋଜନାରେ କେନ୍ଦ୍ରର ଟଙ୍କା ବାଟମାରଣା କରିବାକୁ ୬ ସିଟର ବିମାନ ଉଡାଇବା ଗଞ୍ଜାମ ବାସୀଙ୍କ ପାଇଁ ନମ୍ବର ୱାନ ଲଲିପପ୍ l ରାଜ୍ୟର ୩୬ ଟି ରେଳଷ୍ଟେସନକୁ ଆଧୁନିକୀକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ରହ୍ମପୁର ରେଳଷ୍ଟେସନ ରାଜ୍ୟର ସର୍ବ ପୁରାତନ ରେଳଷ୍ଟେସନ । ଗତ ଦଶନ୍ଧି ଧରି ଏହାକୁ ସମ୍ପ୍ରସାରଣ କରାଯିବ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ସମ୍ପ୍ରସାରଣ ସମ୍ବନ୍ଧୀୟ କୌଣସି ପଦକ୍ଷପ ନେଇନାହାନ୍ତି । ମହିଳା ସଶକ୍ତୀକରଣ କେବଳ କାଗଜ କଲମରେ ସୀମିତ ।ଗଞ୍ଜାମର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଯିବା ବଦଳରେ ନିର୍ବାଚନ ପାଇଁ ଉପଭୋକ୍ତା ତିଆରି କରୁଛି ବିଜେଡ଼ି । ସ୍ୱୟଂସହାୟିକାଗୋଷ୍ଟିଙ୍କୁ ମୋଦି ଦେଉଥିବା ସମସ୍ତ ଟଙ୍କା ରାଜ୍ୟର ବୋଲି ପ୍ରଚାର କରିବାରେ ନମ୍ବର ୱାନ ନବୀନ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନି । ରାଜନୈତିକ ଭେଦଭାବ ହେଉଛି । ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି ।
ଗଞ୍ଜାମର ଗର୍ବ ବ୍ରହ୍ମପୁର ପାଟ ନବୀନ ଶାସନରେ ହଜିଗଲାଣି । ଜିଲ୍ଲାର କୀର୍ତି ବୁଡ଼ାଇବାରେ ନମ୍ବର ୱାନ l
ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରିବାରେ ନମ୍ବର ୱାନ l କିନ୍ତୁ କଡ଼ାକଡ଼ି କାର୍ଯ୍ୟକାରୀ ନହେବାରୁ ରାଜସ୍ବ ହାନୀ ହେଉଛି । ଘର ଖଣ୍ଡେ ନିର୍ମାଣ କରିବା ଦୁରୂହ ହୋଇଛି । ଜିଲ୍ଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ । ପ୍ରତିଦିନ ହତ୍ୟା, ବଳାତ୍କାର ଓ ଲୁଟ୍ ଘଟଣାରେ ରାଜ୍ୟରେ ନମ୍ବର ୱାନ l ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା କରିବା ଘୋଷଣା ହାସ୍ୟାସ୍ପଦ ବୋଲି ବିଜେପି ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା କହିଛନ୍ତି ବୋଲି ବିଜେପି ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଆଜି ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ‌ ଆପଣଙ୍କ – ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ, ବିଜେପି, ଗଞ୍ଜାମ ।

nis-ad
Leave A Reply

Your email address will not be published.